Odiapua.com

ଲକ ଡାଉନ ନିୟମ ଉଲଘଂନ କରି ଚିଟଫଣ୍ଡ ଖେଳୁଥିବା ଅଭିଯୋଗରେ ୫ଗିରଫ

ମାଲକାନଗିରି,୩ା୪ (ଓଡିଆ ପୁଅ ) କରୋନାକୁ ନେଇ ସାରା ବିଶ୍ୱ ଏବେ ଭୟଭୀତ ହୋଇପଡିଥିବା ବେଳେ ସମଗ୍ର ଦେଶରେ ଲକ ଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ଜିଲ୍ଲାପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା ପରେ ମଧ୍ୟ ସାମାଜିକ ଦୂରତା ରକ୍ଷା ନକରି ଗୋଟିଏ ସ୍ଥାନରେ ୮ରୁ ୧୦ଜଣ ଏକତ୍ରିତ ହୋଇ ଚିଟଫଣ୍ଡ ଖେଳୁଥିବା ଅଭିଯୋଗରେ ମାଲକାନଗିରି ଥାନାପୁଲିସ ୫ଜଣ ଯୁବକଙ୍କୁ ଗିରଫ କରିଛନ୍ତି । ଗତ କାଲି ସଂନ୍ଧ୍ୟାରେ ମାଲକାନଗିରି ଥାନାସ୍ଥ ଏମଭି୩୧ ଗ୍ରାମରେ ବେଆଇନ ଭାବେ କିଛି ଲୋକ ଚିଟଫଣ୍ଡ ଖେଳୁଥିବାର ଖବର ପୁଲିସ ନିକଟରେ ପହଁଚିଥିଲା । ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଆଦର୍ଶ ଥାନାଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ସବଇନିସ୍ପେକ୍ଟର ରୁଦ୍ରମାଧବ ମୁଦୁଲି,ଏଏସଆଇ ସତ୍ୟରାମ ହୋତା ପୁଲିସ ସଦଳବଳ ସେଠାରେ ପହଁଚି ଚଢଉ କରିଥିଲେ । ପୁଲିସଙ୍କୁ ଦେଖି ଚିଟଫଣ୍ଡ ଖୋଲୁଥିବା ବ୍ୟକ୍ତି ମାନେ ଦୌଡି ପଳାଇଥିଲେ । ପୁଲିସ ଗୋଡାଇ ୫ଜଣ ଙ୍କୁ ଗିରଫ କରିଛନ୍ତି । ଲକ ଡାଉନ ପରିସ୍ଥିତିରେ ଗୋଟିଏ ସ୍ଥାନରେ ୭ଜଣରୁ ଅଧିକ ଏକତ୍ରୀତ ହେବା କଥା ନୁହଁ, ସାମଜିକ ଦୁରତା ରକ୍ଷାକରିବା କଥା, ଏମଭି୩୧ ଗ୍ରାମରେ ପ୍ରାୟ୧୦ଜଣ ଏକତ୍ରୀତ ହୋଇ ବେଆଇ ଭାବେ ଚିଟଫଣ୍ଡ ଖେଳୁଥିବା ଅଭି ଯୋଗରେ ସୁଭେନ୍ଦୁ,ରଜିଂତ ମାଲି,ରଜିଂତ ସମଦାର,ଶଶାଙ୍କ ଗାୟନୀ,ସଜଂୟ ସମଦାର ଙ୍କୁ ପୁଲିସ ଗିରଫ କରି ଥାନାକୁ ନେଇଯାଇଥିଲେ । ଏହି ପାଚଂଜଣ ଙ୍କ ନାମରେ ମାଲକାନଗିରି ଥାନା କେସ ନମ୍ବର ୯୮/୨୦, ଭାରତୀୟ ପିଙ୍ଗଳ କୋର୍ଡ୨୬୯/୨୭୦,/୨୭୧/୧୮୮ ଦଫାରେ କେସ ରୁଜୁକରା ଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ ଶ୍ରୀ.ଆର.ପି. ନାଗ ସୁଚନା ଦେଇଛନ୍ତି ।