Odiapua.com

ଲକ ଡାଉନ ନିୟମ ଉଲଘଂନ କରି ଚା ଦୋକନ ଖୋଲିଥିବା ଅଭିଯୋଗରେ ୬ଜଣ ଗିରଫ,୫୦ରୁ ଉର୍ଦ୍ଦ ଗାଡି ଜବତ

ମାଲକାନଗିରି,୨୮ା୩(ଓଡିଆ ପୁଅ ) କରୋନା ଭୂତାଣୁ ଠାରୁ ଦୂରରେ ରହିବା ପାଇଁ ସମଗ୍ର ଦେଶରେ ଲକ ଡାଉନ ହୋଇଛି । ଏହି ଲକ ଡାଉନରେ କେବଳ ତେଜରାତୀ,ପନିପରିବା ,ଔଷଧ ଦୋନାକ ସହ ଅତ୍ୟବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ହୋଟେଲ,ଜଳଖିଆ ଦୋକାନ, ଚା ଦୋକାନ ସହିତ ଅନ୍ୟାନ ଦୋକାନ ଗୁଡିକ ବନ୍ଦକରାଯାଇଥିବା ବେଳେ ଆଜି ସକାଳେ ମାଲକାନଗିରି ସହରରେ କିଛି ଚା ଦୋକାନୀ ଖୋଲିଥିଲେ । ଲକ ଡାଉନ ରେ ଜନସାଧରଣ ଙ୍କୁ ଘରୁ ବାହାରକୁ ନବାହାରି ବାପାଇଁ ସହରରେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ. ତହସିଲଦାର ଗୁଣ ନିଧି ନାୟକ,ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ପୁଲିସ ସଦଳ ବଳ ସହରରେ ପଇଁତରା ମାରୁଥିବା ବେଳେ ଦେଖିବାକୁ ପାଇଥିଲେ କିଛି ଚା ଦୋକାନ ଖୋଲା ରହିଛି ଓ ସେଠାରେ ଲୋକମାନଙ୍କର ଭିଡଲାଗିଛି । ସେଠାରେ ପୁଲିସ ପହଁଚି ଜନଗହଳି ହଟାଇବା ସହିତ ଲକ ଡାଉନ ଆଇନ ଉଲଘଂନ କରିବା ଅଭିଯୋଗରେ ୬ଜଣ ଚା ବିକାଳିଙ୍କୁ ଗିରଫ କରିଛନ୍ତି । ଠିକ ସେହିପରି ତାଲାବନ୍ଦ ସମୟରେ କିଛି କାମ ନଥାଇ ରାସ୍ତା ରେ ବାଇକରେ ପଇଁତରା ମାରୁଥିବା ଅଭି ଯୋଗରେ ୫୦ରୁ ଉର୍ଦ୍ଦ ବାଇକ ମାଲକାନଗିରି ଥାନା ସହିତ ଅନ୍ୟାନ ଥାନା ଅଚଂଳରୁ ପୁଲିସ ଜବତ କରିଛନ୍ତି ।