Odiapua.com

ଲକ୍‌ଡାଉନ -୪.୦ ଏକ ନୂଆ ରୂପରେ ଏବଂ ନୂଆ ଧାରାରେ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଏକ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଏହି ନୂଆ ଧାରା ଏବଂ ନୂଆ ରୂପର ଘୋଷଣା ସବିଶେଷ ତଥ୍ୟ ଓ ନିୟମାବଳୀ ସହିତ ୧୮ ମଇରେ ଦେଶବାସୀଙ୍କ ସାମ୍ନାରେ ଉପସ୍ଥାପିତ କରାଯିବ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ।

କିନ୍ତୁ ଏ ଲକଡାଉନ୍ ପୂର୍ବପରି ହେବନାହିଁ। ଏହା ହେବ ଆତ୍ମନିର୍ଭଶୀଳ ଭାରତର ପୃଷ୍ଠଭୂମି ଉପରେ ଆଧାରିତ।

ସୂଚନାଯୋଗ୍ୟଯେ, ଏହି ଲକଡାଉନ ସହିତ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ କୁଟୀର ଶିଳ୍ପ, ଲଘୁ ଉଦ୍ୟୋଗ, ଚାଷୀ, ଦିନ ମଜୁରିଆ, ଠେଲାବାଲା ଛୋଟ ବ୍ୟାପାରୀ ଓ ମଧ୍ୟମ ବର୍ଗକୁ ସହାୟକ ହେବ। ଏହି ପ୍ୟାକେଜ ଭାରତର ଜିଡିପିର ପ୍ରାୟ ୧୦ ପ୍ରତିଶତ ହେବ ବୋଲି ପ୍ରଧାନମନ୍ତ୍ର ପ୍ରକାଶ କରିଛନ୍ତି।