Odiapua.com

ଲକ୍‌ଡାଉନ୍ ସମୟରେ ରାଜରାସ୍ତାରେ ଏସଡିପିଓ ଡାକବାଜି ଯନ୍ତ୍ର ଯୋଗେ କୋଭିଡ ନିୟମ ସଂପର୍କରେ ସଚେତନତା ବାର୍ତା ଦେଲେ

ମାଲକାନଗିରି,୫ା୫ (ଓଡିଆ ପୁଅ) କରୋନା ସଂକ୍ରମଣର ଭୟାବହତା ରୁ ସୁରକ୍ଷିତ ରହିବା ପାଇଁ ସମଗ୍ର ରାଜ୍ୟରେ ୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଆଜି ଲକ୍ ଡାଉନର ଦ୍ୱିତୀୟ ଦିବସ ରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଅତ୍ୟାବଶ୍ୟକୀୟ ସମାଗ୍ରୀ ଓ ଔଷଧ ଦୋକାନକୁ ବାଦଦେଇ ଅନ୍ୟାନ ଦୋକାନବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦରହିଛି । ମାଲାକନଗିରି ଜିଲ୍ଲା ଆନ୍ତରାଜ୍ୟ ବସଷ୍ଟାଣ୍ଡ ଜନଶୂନ୍ୟ ସହିତ ବସଗୁଡିକ ଷ୍ଟାଣ୍ଡରେ ଅଟକିରହିଛି । ମାଲକାନଗରି ସହରର ର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା ସହ ମାସ୍କ ପିନ୍ଧିନଥିବା ଅମାନିଆ ଙ୍କୁ ସାବାଡ କରାଯାଇ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ବିଶେଷ କରି ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଓ ସହର ର ବିଭିନ୍ନ ସ୍ଥାନରେ ମାଲକାନଗିରି ଏସଡିପିଓ ଅଶୁଂମାନ ଦି୍ୱବେଦୀ,ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ବୁଲି ବୁଲି ଡାକବାଜି ଯନ୍ତ୍ର ଯୋଗେ କୋଭିଡ ନିୟମ ଓ କରୋନା କଟକଣା ସଂପର୍କରେ ଜନସଚେତନତାର ବାର୍ତାଦେଉଛନ୍ତି । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଛତିଶଗଡ ରାଜ୍ୟସୀମାନ୍ତ ସିଲକରାଯାଇ ଚାଲାଣଗୁଡା ଠାରେ ପୁଲିସ ଚେକପୋଷ୍ଟ କରାଯାଇ ବ୍ୟାପକ ଜାଚଂ ଚାଲିଛି । ଚାରୋଟି ରାଜ୍ୟ ସୀମାନ୍ତ କାଲିମେଳା ବ୍ଲକସ୍ଥ ମୋଟୁ,ପଡିଆ ବ୍ଲକସ୍ଥ କମାରଗୁଡା ଓ ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା,ଖଇରପୁଟ ବ୍ଲକ ଗୋବିନ୍ଦପାଲି ଠାରେ ଚେକପୋଷ୍ଟ କରାଯାଇ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରିବା ସହିତ ଛତିଶଗଡ,ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନା, ତାମିଲନାଡୁ, କଣ୍ଣ ର୍ାଟକ ରାଜ୍ୟରୁ ଫେରୁଥିବା ପ୍ରବାସୀ ଙ୍କୁ ଥର୍ମାଲ ସ୍କ୍ରିନିଂ ସହିତ ଆଟିଂଜେନ କୋଭିଡ ଟେଷ୍ଟ କରାଯାଉଛି । ଛତିଶଗଡ,ଆନ୍ଦ୍ରପ୍ରଦେଶ ରାଜ୍ୟ ସୀମା ସିଲ କରିଦିଆ ଯାଇ ୨୪ ଘଟିଂଆ ପୁଲିସ ପ୍ରହରା ଆରମ୍ଭ କରିଦେଇଛନ୍ତି । ଜରୁରୀ କାମରେ ପଡୋଶୀ ରାଜ୍ୟ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନ, ଛତିଶଗଡ ରୁ ଆସୁଥିବା ଓ ମାଲକାନଗରି ଜିଲ୍ଲାରୁ ଯାଉଥିବା ଯାନବାହନଗୁଡିକୁ ଜାଚଂ ସହିତ ଯାତ୍ରା କରୁଥିବା ଲୋକଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଜରୁରୀ କାମରେ ଆସୁଥିବା ଦୁଇଚକିଆ,ଚାରି ଚକିଆ ଯନାବାହନ ଗୁଡିକ ନମ୍ବର ଓ ଗାଡିଚାଳକ ଙ୍କ ନାମପଜିଂକରଣ କରାଯାଉଛି, ମାଲକାନଗରି ଜିଲ୍ଲାରୁ ପଡୋଶୀ ରାଜ୍ୟକୁ ମେଡିକାଲ କିମ୍ବା ଜରୁରୀ କାମରେ ଯାଉଥିବା ଯାନ ବାହନଗୁଡୁକୁ ମଧ୍ୟ ପଜିଂକରଣ କରାଯାଇ ଛଡା ଯାଉଛି । ମାଲକାନଗିରି ସୀମାଭିତରକୁ ପ୍ରବେଶ କଲେ ୭୨ଘଟାଂମଧ୍ୟରେ ହୋଇଥିବା କରୋନା ପରୀକ୍ଷାର ନେଗେଟିଭ ରିପୋର୍ଟ ଦେଖାଇବେ କିମ୍ବା କୋଭିଡ ଟିକାର ଦ୍ୱିତୀୟ ଡୋଜ ଫାଇନାଲ ପ୍ରମାଣପତ୍ର ଦେଖାଇବା ପାଇଁ କୁହାଯାଉଛି ।