Odiapua.com

ଲକ୍‌ଡାଉନ୍‌ରେ ସକ୍ରିୟ ଚୋରା ମଦ ବେପାରୀ: ୪ ମହୁଲି ମଦ ଭାଟି ଭାଙ୍ଗିଲା ଜି.ଉଦୟଗିରି ପୋଲିସ

ବାଲିଗୁଡା, ୨୦-୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ମୁକାବିଲାକୁ ନେଇ ଜାରି ରହିଥିବା ଲକ୍‌ ଡାଉନ୍‌ ସମୟରେ ପ୍ରାୟ ସବୁକିଛି ବନ୍ଦ ରହିଛି। ଏହାର ସୁଯୋଗ ନେଇ ଚୋରା ମଦ ବେପାରୀ ଜଙ୍ଗଲ ଭିତରେ ମଦ ଭାଟି କରି ମଦ ପ୍ରସ୍ତୁତ କରୁଛନ୍ତି। ତେଣୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପୋଲିସ ତରଫରୁ ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ଚୋରା ମଦ ଜବତ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି। କିଛିଦିନ ପୂର୍ବେ କନବାଗିରି ଜଙ୍ଗଲରେ ମଦ ଭାଟି ଭଙ୍ଗା ଯାଇଥିବା ବେଳେ। ରବିବାର ସକାଳୁ ପୋଲିସ ଆଇଆଇସି ଧିରଜ କୁମାର ଲେଙ୍କା ସଦଳବଳେ ରଟିଙ୍ଗିଆ ପଞ୍ଚାୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଜଙ୍ଗଲ ଭିତରେ ୪ ଟି ସ୍ଥାନରେ ବେଆଇନ ମହୁଲି ମଦ ଭାଟି ଥିବା ଖବରପାଇ ଜଙ୍ଗଲ ଭିତରେ ଭାଟି ଗୁଡିକୁ ଭାଙ୍ଗି ନଷ୍ଟ କରିଦେଇଥିଲେ। ଘଟଣାସ୍ଥଳ ଗୁଡିକରେ କେହି ନ ଥିବା ଯୋଗୁଁ କିଏ ଏସବୁ କରିଛି ହଠାତ ଜଣା ପଡି ନ ଥିଲେ ମଧ୍ୟ ଘଟଣାର ତଦନ୍ତ କରାଯାଉଛି ବୋଲି ପୋଲିସ ଆଇଆଇସି କହିଛନ୍ତି।