Odiapua.com

ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ୨୫ରେ

ହାଟଡ଼ିହି, ୨୨ /୧୨/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ପ୍ରସାରରେ ଯତ୍ନଶୀଳ ଥିବା ନବଗଠିତ ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦ ମରୈଗାଁର ପ୍ରଥମ ବାର୍ଷିକ ଉତ୍ସବ ଆସନ୍ତା ୨୫ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ । ମରୈଗାଁ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ “ଆମ ଓଡିଶା”ର ସମ୍ପାଦକ ସ୍ୱରାଜ ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟର ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ଡ. ରାମଚନ୍ଦ୍ର ନାୟକ, ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରାଧ୍ୟାପକ ରମାକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦୋନ କରିବାର ସହମତି ପ୍ରଦାନ କରିଛନ୍ତି । ଏହି ଉତ୍ସବରେ ମୁଖପତ୍ର ଲୋକାର୍ପଣ, ସମ୍ବର୍ଦ୍ଧନା ପର୍ବ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୁଦାମ ଚରଣ ଜେନା ଓ ସଭାପତି ପ୍ରତିମା ସ୍ୱାଇଁ ଜଣାଇଛନ୍ତି ।