Odiapua.com

ଲକ୍ଷ୍ମୀବସ୍ କଣ୍ଡକ୍ଟରଙ୍କୁ ମାଡମାରି ଲୁଟ୍ ଅଭିଯୋଗ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଲକ୍ଷ୍ମୀବସ୍ କଣ୍ଡକ୍ଟରଙ୍କୁ ମାଡ ମାରି ଲୁଟ ହେବାକୁ ନେଇ ଆଜି ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ, ଲକ୍ଷ୍ମୀବସ ନଂ ଓଡି୨୨ଏଫୱାଇ୫୦୨୯ମ୍ବର ବସଟି ଦୁଇ ନମ୍ବର ରୁଟ ଚୂଡାମଣୀ ଭାୟା ଆର୍ତୁଂ – ବାସୁଦେବପୁର ଅଭିମୁଖେ ଅପରାହ୍ନ ୩ଟା ୨୦ ମିନିଟ ସମୟରେ ଆସୁଥିବା ବେଳେ ଦୁର୍ଗାମଣ୍ଡପ ହାଟଗଛପଦା ନିକଟରେ ବୁଲେଟ ଆରୋହୀ ଧିରେ ଧିରେ ସର୍ପିଳଗତିରେ ଯାଉଥିବାକୁ ନେଇ ବସ ଚାଳକ ଜୟନ୍ତ ବିଶ୍ୱାଳ ହର୍ଣ୍ଣ ମାରିଥିଲେ ହେଁ ବୁେଊଟ ଆରୋହୀ ଶୁଣିନଥିଲେ । ଫଳରେ ବସକୁ ଛିଡାକରାଇବାରୁ କଣ୍ଡକ୍ଟର ସୁନନ୍ଦ ମଳିକ ଏହି ଘଟଣାର ଭିଡିଓ କରୁଥିବା ବେଳେ ବୁଲେଟ ଆରୋହୀ କଣ୍ଡକ୍ଟରଙ୍କ ମୋବାଇଲ ସମେତ ଟିକେଟ କାଟିବା ମେସିନ ଓ ନଗଦ ଚାରିଶହ ଟଙ୍କା ଛଡାଇ ନେଇଥିଲେ । ଏହି ଘଟଣାକୁ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରୁଛି ବୋଲି ଥାନାଧିକାରିଣୀ ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି ।