Odiapua.com

ଲକ୍ଷ୍ମୀପୁର ଖେରୀ ମାମଲା : “ଚାଲ ଚାଷୀଙ୍କୁ ଏକ ଶିକ୍ଷା ଦେବା” ଅଙ୍କିତ ରାଜ ଖୋଲିଲା ରାଜ୍‌, କହିଲା – ଆଶିଷ ମିଶ୍ର ଏମିତି କହିଥିଲା

ଲକ୍ଷ୍ମୀପୁର ଖେରୀ ମାମଲା ୧୪-୧୦ (ଓଡ଼ିଆ ପୁଅ) : ଲକ୍ଷ୍ମୀପୁର ହିଂସା ମାମଲାରେ ଅଭିଯୁକ୍ତ ଅଙ୍କିତ ରାଜ, ଅପରାଧ ଶାଖା ସମ୍ମୁଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। ଏହି ବିଜ୍ଞପ୍ତି ଜାରି ହେବା ପରେ ଅଙ୍କିତ ବୁଧବାର ଦିନ ଏସଆଇଟି ନିକଟରେ ଆତ୍ମସମର୍ପଣ କରିଥିଲା, ପରେ ତାକୁ ଏହି ଘଟଣାରେ କ୍ରମାଗତ ପଚରାଉଚରା କରାଯାଉଛି।

ଲକ୍ଷ୍ମୀପୁର ଖେରୀ ହିଂସାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରୀୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିଷୟରେ ଅଙ୍କିତ ରାଜ କହିଛି ଯେ, ଆଶିଷ ମିଶ୍ର, ଚାଷୀଙ୍କ ପ୍ରଦର୍ଶନକୁ ନେଇ ଖୁସି ନଥିଲା ଏବଂ ଏକ ଶିକ୍ଷା ଦେବା ବିଷୟରେ କହିଥିଲା।

ପଚରାଉଚରା ବେଳେ ଅଙ୍କିତ କହିଛି ଯେ, ଘଟଣାର କିଛି ସମୟ ପୂର୍ବରୁ ସେ ରାଇସ୍‌ ମିଲରେ ଆଶିଷ ମିଶ୍ର (ମୋନୁ)କୁ ଭେଟିଥିଲା। ଅଙ୍କିତ ଅନୁଯାୟୀ ଯେତେବେଳେ ସେ ଆଶିଷଙ୍କୁ କୃଷକଙ୍କ ପ୍ରଦର୍ଶନ ବିଷୟରେ କହିଥିଲା ସେତେବେଳେ ସେ କ୍ରୋଧିତ ହୋଇ କହିଥିଲା ଯେ, ଚାଲ ସେମାନଙ୍କୁ ଏକ ଶିକ୍ଷା ଦେବା।

ବୁଧବାର ଯେତେବେଳେ ଅଙ୍କିତ ଆତ୍ମସମର୍ପଣ କରିଥିଲା, ତା’ର ବନ୍ଧୁକଧାରୀ ସାଥୀ ଲତିଫ (କାଲେ) ମଧ୍ୟ ତା’ ସହ ଥିଲା। ପଚରାଉଚରା ବେଳେ ଅଙ୍କିତ କହିଥିଲାଯେ, ସେ ଶେଖର ଭାରତୀ ଚଲାଉଥିବା ଥର ପଛରେ ଥିବା କଳା ଫର୍ଚୁନରେ ବସିଥିଲା। ଅଙ୍କିତ କହିତିଲା ଯେ, ମୋ ଆଗରେ ଚାଲୁଥିବା ଜିପ୍ ଚାଷୀଙ୍କୁ ଚଢ଼ାଇ ପାର ହୋଇଯାଇଥିଲା। ତେବେ ଥର କିଏ ଚଳାଉଥିଲା ସେ ବିଷୟରେ ସେ ସ୍ପଷ୍ଟ ଭାବେ କିଛି କହି ନାହିଁ।

ଚାଷୀଙ୍କ ଉପରେ ଚଢ଼ାଇବା ପରେ ଜିପ୍ ଓଲଟି ପଡିଥିଲା। ଜିପ୍‌ ହରି ଓମ୍ ମିଶ୍ର ଚଲଉଥିଲା। ଅଙ୍କିତ କହିଲାଯେ, ଯେତେବେଳେ ଜିପ୍‌ଟି ଓଲଟି ପଡ଼ିଥିଲା, ସେ ସେତେବେଳେ ନର୍ଭସ ହୋଇଯାଇଥିଲା ଏବଂ କାରରୁ ଓହ୍ଲାଇବା ପରେ ସେ ଏବଂ ଗନର୍ କାଲେ ଜନତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଏହା ପରେ ସେମାନେ ସେ ସ୍ଥାନରୁ ପଳାୟନ କରିଥିଲେ।