Odiapua.com

ଲକ୍ଷ୍ମୀନାରାୟଣ ଯୁବ ପରିଷଦ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବନ୍ୟା ପରି ଦୁର୍ଦ୍ଦିନ ସମୟରେ କେତେକ ସମାଜସେବୀ ଯୁବକମାନେ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ଅଂଟାଭିଡିଥିବା ଦେଖାଯାଇଛି। ଚଳିତ ବ୍ରାହ୍ମଣୀ ନଦୀ ବନ୍ୟାରେ ତରଡିପାଳସ୍ଥିତ ଲକ୍ଷ୍ମୀନାରାୟଣ ଯୁବ ପରିଷଦର କିଛି ଯୁବ ସମାଜସେବୀ ଗୋଷ୍ଠି ଏକତ୍ରିତ ହୋଇ ଯୁବ ପରିଷଦ ଆନୁକୁଲ୍ୟରେ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ବନ୍ୟା ବିପନ୍ନଙ୍କୁ ବାଂଟିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅନିଲ କୁମାର ଧଳ, ପ୍ରେମାନନ୍ଦ ବିଶ୍ୱାଳ, ଭାଗ୍ୟଧର ବିଶ୍ୱାଳ, ଆଲୋକରଞ୍ଜନ ବିଶ୍ୱାଳ, ରାମଚନ୍ଦ୍ର ବିଶ୍ୱାଳ, ଜ୍ଞାନରଞ୍ଜନ ଧଳ ପ୍ରମୁଖ ନିଜ ଜୀବନକୁ ବାଜି ଲଗାଇ ସଫଳ ରୂପାୟନ କରିଥିଲେ। ଯୁବକମାନଙ୍କ ଏଭଳି କାର୍ଯ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।