Odiapua.com

ଲକ୍ଷ୍ମୀନାରାୟଣ ପୂଜା ଉଦଯାପିତ

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତ ଝାଟିଆସାହି ଠାରେ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହୋଇଯାଇଛି । ଉଦଯାପିନୀ ଉତ୍ସବରେ ଭଜନ, କିର୍ତନ ସହିତ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସତ୍ୟବାଦୀ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଆୟୋଜିତ ସାଂସ୍କୃତିକ ସଭାରେ ଜିଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ମଲିକଙ୍କ ସଭାପତିତ୍ୱରେ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ସମାଜସେବୀ ଦାମୋଦର ମଲ୍ଲିକ, ପୂଜା କମିଟି ସଭାପତି ରମେଶ ଜେନା, ସମାଜସେବୀ ସୂର୍ଯ୍ୟକାନ୍ତ ନାୟକ, ସମିତିସଭ୍ୟ ରଣଜିତ ଜେନା, ସାହିତ୍ୟିକ ବ୍ରଜକିଶୋର ନାୟକ ପ୍ରମୁଖ ଯୋଗଦେଇ ମାଟିର କଳା ସଂସ୍କୃତି ଓ ଲୋକକଳା ଗ୍ରାମର ବୈଶିଷ୍ଠ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିପିନ ବିହାରୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମାଜସେବୀ ବ୍ରଜକିଶୋର ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀରାମ ବେହେରା, ମନୋଜ ଭୂୟାଁ, ରବୀନ୍ଦ୍ର ନାୟକ, କେଶବ ରାଉତ, ରାଜେନ୍ଦ୍ର ଦାସ, ପଙ୍କଜ ବେହେରା, ସୁଶାନ୍ତ ନାୟକ, ଜୀବନ ଜେନା, ଆନନ୍ଦ ଚନ୍ଦ୍ର ସେଠୀ, ପ୍ରମୋଦ ଦାସ, ଗଜେନ୍ଦ୍ର ଦାସ, ଶ୍ରୀକାନ୍ତ ବେହେରା ଓ ପ୍ରଦୀପ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।