Odiapua.com

ଲକ୍ଷ୍ମୀନାରାୟଣ ପୂଜାପାଇଁ ଅକରୁଆ ଉତ୍ସବ ମୁଖର

ହାଟଡ଼ିହି, ୨୦ / ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଅକରୁଆ ଗ୍ରାମରେ ଗୋଲା ଜାତିର ଇଷ୍ଟ ଦେବୀ ଲକ୍ଷ୍ମୀନାରାୟଣଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପୂଜାବିଧି ଅନୁଯାଇ ଏହା ୫ଦିନ ଧରି ଅନୁଷ୍ଠିତ ହେବ । ଗତ ମଙ୍ଗଳବାର ଦିନ ମାଧବ ମହାନ୍ତି ଓ କୈଳାଶ ଖଟୁଆଙ୍କ ଦ୍ୱାରା ଘଟ୍ଟ ନିମଜ୍ଜନ କରାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯିବାପରେ ପଣ୍ଡିତ ଆନନ୍ଦ ଚନ୍ଦ୍ର ଦେବତାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି । ସୁସଜ୍ଜିତ ପୂଜା ମଣ୍ଡପ ଓ ଆଲୋକମାଳାରେ ପରିବେଶକୁ ରଙ୍ଗିନ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ, ନାମସଙ୍କିର୍ତ୍ତନ ହେବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୂଜାକାର୍ଯ୍ୟ ସମ୍ପାଦାନ କରାଯାଉଛି । ଲକ୍ଷ୍ମୀନାରାୟଣ ଗୋଲା ଜାତିର ଜିଲ୍ଲା ସମ୍ପାଦକ ରଘୁନାଥ ବେହେରା, ପୁର୍ବତନ ସରପଞ୍ଚ ବିଶ୍ୱନାଥ ଖଟୁଆ, କୋଷାଧ୍ୟକ୍ଷ ଚିନ୍ତାମଣୀ ଜେନା, ବାବାଜି ମହାନ୍ତି, ନାରାୟଣ ଖଟୁଆ, କାର୍ତ୍ତିକେଶ୍ୱର ଖଟୁଆ, ଗୌରାଙ୍ଗ ଖଟୁଆ, ମାୟାଧର ମହାନ୍ତି, ରମେଶ କଟୁଆ, ଗୋପୀନାଥ ଖଣ୍ଡା, ୱାର୍ଡସଭ୍ୟ ଅକ୍ଷୟ ମହାନ୍ତି, ପ୍ରଫୁଲ ଖଟୁଆ, ଭାଗିରଥି ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ଏହା ଏକ ଚାଷୀ ବହୁଳ ଗାଁ ହୋଇଥିବାବେଳେ ପୂଜାର ୫ଦିନ ପର୍ଯ୍ୟନ୍ତ ଗାଁ ଲୋକମାନେ ଚାଷକାମ ବନ୍ଦ କରି ପୂଜାରେ ଲାଗିଥାନ୍ତି । ଏପରିକି ଏହି ସମୟରେ ଗାଲୋକଙ୍କ ଥିବା ବାଦ ବିବାଦକୁ ମଧ୍ୟ ଶାନ୍ତିପୁର୍ଣ୍ଣ ଉପାୟରେ ସମାଧାନ କରାଯାଇଥାଏ । କେନ୍ଦୁଝର ଜିଲ୍ଲାର ଜମ୍ଭୀରା, ଶିବନାରାୟଣପୁର, ଦୁଡୁଗାଁ, ହାତୀବନ୍ଧା, ପୁସ୍କୁରା, ବୈଦାଖିଆ, ମରୈଗାଁ, ଆମ୍ବଗଡିଅ. ବଳଦୁଆଁ, ନୁଆ ହାତୀବନ୍ଧା, ଚିଲଝରୀ, ଜଡାବାଙ୍କ, ସଙ୍ଗମ, ମହୁଲପଙ୍ଖା ଆଦି ଗ୍ରାମ ମାନଙ୍କରେ ଲକ୍ଷ୍ମୀନାରାୟଣ ପୂଜା ଧୁମ ଧାମରେ ପାଳନ କରାଯାଉଛି ବୋଲି ଜିଲ୍ଲା ସଭାପତି ଅଲେଖ ଚନ୍ଦ୍ର ଦାସ ଓ ସମ୍ପାଦକ ରଘୁନାଥ ବେହେରା ସୁଚନା ଦେଇଛନ୍ତି ।