Odiapua.com

ଲକ୍ଷ୍ମୀନାରାୟଣଙ୍କ ୮ମ ବାର୍ଷିକ ମହୋତ୍ସବ ଉଦଘାଟିତ

ଯାଜପୁର୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଶଙ୍ଖଚିଲା ହାଟ ପଡିଆରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଯୁଗଳ ମୂର୍ତି ପ୍ରତିଷ୍ଠାର ୮ମ ବାର୍ଷିକ ମହୋତ୍ସବ ଆରମ୍ଭ ହୋଇଛି । ଆଜି ପବିତ୍ର ଧନୁସଂକ୍ରାନ୍ତି ଉପଲକ୍ଷେ ପ୍ରତ୍ୟୁଷ ୬ଟାରେ ମହାପ୍ରଭୂ ଯୁଗଳ ପ୍ରତିମାଙ୍କ ମହାସ୍ନାନ, ବଡସିଂହାର, ଶୁଭାଧିବାସ ଓ କଳସ ସ୍ଥାପନା ହୋଇଥିଲା । ପରେ ମଙ୍ଗଳଆଳତି ହୋଇ ଷୋଡୋଶ ପୂଜା ଉପଚାର ହୋଇଥିଲା । ନୈବିଦ୍ୟ ପରେ ମୁଖ୍ୟପୂଜକ ରଘୁନାଥ ପାଣିଗ୍ରାହୀଙ୍କ ତତ୍ୱାବଧନାରେ ବେଦଜ୍ଞ ବ୍ରାହ୍ମଣଙ୍କ ମାନଙ୍କ ଦ୍ୱାରା ବେଦପାଠ ପୂର୍ବକ ୧୦୮ଘୃତାହୂତି ଦେଇ ଯଜ୍ଞାରମ୍ଭ କରାଯାଇଥିଲା ବେଳେ କର୍ତାଭବେ ପ୍ରଭାତ ପଥାଳ ଓ ତାଙ୍କ ପତ୍ନୀ ସଂକଳ୍ପରେ ବସିଥିଲେ । ଏହି ଉପଲକ୍ଷେ ଆନନ୍ଦ ବଜରାରରେ ମୀନାବଜାର ବେଶ ଆକର୍ଷିତ ହୋଇଥିଲା । ଇଲେକ୍ଟ୍ରିଦୋଳି, ଡ୍ରାଗନ ଦୋଳି, ଚରିକି ଦୋଳି ସହ ମନୋହାରି ଦୋକାନର ସାଜସଜ୍ଜା ଯାତ୍ରୀଙ୍କ ମନକୁ ମୋହିନେଇଥିଲା ବେଳେ ଲକ୍ଷ୍ମୀନାରାୟଣଙ୍କ ପୁଷ୍ପ ଉଦ୍ୟାନ ଶୋଭା ଆର୍ଷଣୀୟ ହୋଇଥିଲା । ଏହିତ୍ସବରେ ବହୁସଂଖ୍ୟାରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥିଲା ବେଳେ ସନ୍ଧ୍ୟାରେ ଉତ୍ସବର ଉଦଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥିଭାବେ ପିସିସିର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ଚକ୍ରଧର ଦାସ ସଭାପତିତ୍ୱ କରିଥିଲା ବେଳେ ଅନୁଷ୍ଠାନର ସଂପାଦକ ରଘୁନାଥ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ । ରଘବଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସହସଂପାଦକ ଅନନ୍ତଚରଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛତିଆ ଇସ୍କନମଠ ସଙ୍କୀର୍ତନ ମଣ୍ଡଳୀ ଦ୍ୱାର ବଙ୍ଗଳାରେ ଭକ୍ତିସଙ୍ଗିତ ପରିବେଷଣ କରାଯାଇଥିଲା । ପରିଚାଳନାରେ ଧନେଶ୍ୱର ନାଥ, ସୁବାସ ନାୟକ, ଗଙ୍ଗାଧର ସାହୁ, ନିରଞ୍ଜନ ମହଲା, ସନାତନ ମହାରଣା, ଗଜେନ୍ଦ୍ର ମହାକୁଡୁ, ଅକ୍ଷୟକୁମାର ଜେନା, ଦଇତାରୀ ସାହୁ, ବାଇଧର ନାୟକ, ବାଇଧର ବେହେରା, ହିମାଂଶୁ ସାହୁଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସହଯୋଗିତା କରିଥିଲା ବେଳେ ଉତ୍ସବରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଦିନ ତମାମ ଲାରଗିରହିଥିବା ପରିଲକ୍ଷିତ ହୋଇଥିଲା । ଶୃଙ୍ଖଳା ରକ୍ଷା କରିବା ପାଇଁ ପାଣିକୋଇଲି ଥାନାଅଧିକାରୀ ଅଜୟକୁମାର ଜେନାଙ୍କ ନେତୃତ୍ୱରେ ଶଙ୍ଖଚିଲା ଓ ପାଣିକୋଇଲି ପୁଲିସ ବହିନୀ ଉପସ୍ଥିତରହି ଶୃଙ୍ଖଳା ରକ୍ଷା କରିଥିଲେ ।