Odiapua.com

ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ସହ ଦୁଇ ଗିରଫ

ସମ୍ବଲପୁର, – ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲାର ସଦର ଥାନା ଅନ୍ତର୍ଗତ ମାନେଶ୍ୱର ଠାରେ ପୋଲିସ ନାକାବନ୍ଦୀ ସମୟରେ ସହରକୁ ବେଆଇନ ଭାବରେ ଚାଲାଣ ହେଉଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ବିଦେଶୀ ମଦ ଜବତ କରିଛି। ଏବାବଦରେ ଟାଉନ ଥାନା ର ମୁଦିପଡ଼ା ବାସୀନ୍ଦା ବାବୁଲାଲ ୟାଦବ(୫୫) ଓ ସଦର ଥାନାର କଁଟେଇପାଲି ନିବାସୀ ସତ୍ୟ ଜେନା(୩୧) କୁ ଓଡ଼ିଶା ଅବକାରୀ ଆଇନର ଧାରା ୫୨(ଖ) କୁ ଗିରଫ କରାଯାଇ ଆଜି ଅଦାଲତ ଚାଲାଣ କରାଯାଇଛି। ଏମାବେ ଏକ ଅଟୋ ରିକ୍ସା ରେ ବିଭିନ୍ନ ମାର୍କାର ବିଦେଶୀ ମଦ ନେଇ ଜୁଜୁମୁରା ଇଲାକାର ହୋଟେଲ ଓ ଢାବା ମାନଙ୍କୁ ବିକ୍ରୀ କରିବା ପାଇଁ ପରିବହନ କରୁଥିଲେ। ଏହି ଖବର ପାଇ ପୋଲିସ ପକ୍ଷରୁ ମନେଶ୍ୱର ଠାରେ ନାକାବନ୍ଦୀ କରାଯାଇଥିଲା। ଅଟୋକୁ ଯାଂଚ ବେଳେ ଏହି ପରିମାଣର ବିଦେଶୀ ମଦ ଜବତ କରାଯାଇଛି। ଜବତ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଏକ ବିଦେଶୀ ମଦ ଦୋକାନରୁ ସଂଗ୍ରହ ପରେ ଏମାନେ ଏହି ମଦକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି।