Odiapua.com

ଲକ୍ଡାଉନ ନିୟମ ଉଲଘଂନ ପାଇଁ ଜରିମାନା

ଦେବଗଡ, ୦୧.୦୫ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ଘରୁ ବାହାରକୁ ବାହାରିବା ସମୟରେ ନିଜ ମୁହଁକୁ ମାସ୍କ କିମ୍ବା ଅନ୍ୟ କୈାଣସି ସଫା କପଡାରେ ଘୋଡେଇ ରଖିବାପାଇଁ ପରାମର୍ଶ ଦିଆଯାଉଛି। ସେହିଭଳି ଲକ୍ଡାଉନ ସମ୍ବନ୍ଧୀୟ ନିୟମଗୁଡିକୁ ପାଳନ କରିବାପାଇଁ ସଚେତନ କରାଯାଉଛି। ଲକ୍ଡାଉନ ନିୟମ ଉଲଘଂନ ଏବଂ ମାସ୍କ ବ୍ୟବହାର କରୁ ନ ଥିବା ଲୋକମାନଙ୍କଠାରୁ ଆଇନ ଅନୁଯାୟୀ ଜରିମାନା ଆଦାୟ କରାଯାଉଛି। ଗତ ୨୮ ତାରିଖଠାରୁ ୩୦ ତାରିଖ ମଧ୍ୟରେ ୧୫୧ଜଣ ଆଇନ ଉଲଘଂନକାରୀଙ୍କଠାରୁ ଟ.୩୦, ୨୦୦/-ଙ୍କା ବିଭିନ୍ନ ଅଂଚଳ ପାଇଁ ନିୟୋଜିତ ମାଜିଷ୍ଟ୍ରେଟ୍ମାନଙ୍କ ଦ୍ୱାରା ଆଦାୟ କରାଯାଇଛି, ଉକ୍ତ ସମୟ ମଧ୍ୟରେ ବାରକୋଟ ବ୍ଲକରେ ୨୩ଜଣଙ୍କଠାରୁ ଟ.୪, ୬୦୦/-ଙ୍କା, ରିଆମାଳ ବ୍ଲକରେ ୧୦୪ଜଣଙ୍କଠାରୁ ଟ.୨୦, ୮୦୦/-ଙ୍କା ଏବଂ ଦେବଗଡ ପୈାରାଂଚଳ ଓ ତିଲେଇବଣି ବ୍ଲକରେ୨୪ଜଣଙ୍କଠାରୁ ଟ.୪, ୮୦୦/-ଙ୍କା ଆଦାୟ କରାଯାଇଥିବା ଜଣାଯାଇଛି।