Odiapua.com

ଲକଡାଉନ ସ୍ଥିତିରେ ବେଆଇନ ମଦ କାରବାର । କଳାହାଣ୍ଡି ପୋଲିସର ଦୃଢ ପଦକ୍ଷେପ, କଳାବଜାରୀ ଗିରଫ

କଳାହାଣ୍ଡି – ୩୧.୦୩.୨୦୨୦ ( ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ଭବାନୀପାଟଣା ସହରସ୍ଥିତ କେସିଙ୍ଗା ରାସ୍ତା ଏନଏଚ-୨୬ ପାଶ୍ୱର୍ରେ ଥିବା ହିନ୍ଦ ପ୍ଲାଜା ରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରୀ ହେଉଥିବା ଖବର ମିଳିବା ପରେ ଟାଉନ ଥାନା ପକ୍ଷରୁ ଚଢାଉ କରାଯାଇଥିଲା । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ନିଦେ୍ର୍ଦଶରେ ଟାଉନ ଥାନା ଆଇଆଇସି ସତ୍ୟକୁମାର ନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇ ୧୨ ଗୋଟି ବିଦେଶୀ ମଦ ବୋତଲ ରେ ୯ ଲିଟର ମଦ ଜବତ କରି ଟାଉନ ଥାନା କେଶ ନଂ.୧୧୬ ଧାରା ୨୬୯/୨୭୦/୨୭୧/୧୮୮/୩୪ ଆଇପିସି ତଥା ୫୪ ବ୍ୟାପକ କ୍ଷୟକ୍ଷତି ପରିଚାଲନା ଆଇନ ଏବଂ ୫୨(ଏ)/୬୯ ଓଡିଶା ଅବକାରୀ ଆଇନ ଅନୁସାରେ ଏକ କେଶ ରୁଜ୍ଜୁ କରି ହିନ୍ଦ ପ୍ଲାଜା ର ମାଲିକ ବିକ୍ରମ ଜିତ ସିଂ ଙ୍କ ସମେତ ବିହାର ରାଜ୍ୟରୁ ଆସି ହୋଟେଲରେ କାମ କରୁଥିବା ହୋଟେଲ ମେନେଜର ଗୁଡୁ କୁମାର ଯାଦବ ପି- ରାଜେନ୍ଦ୍ର ଯାଦବ ଏବଂ ୱେଟର ଅନୀଲ କୁମାର ଯାଦବ ପି- ଗୌରୀ ଯାଦବ ଙ୍କୁ ଗିରଫ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ସେହିପରି ବେଆଇନ ବାବେ ଦେଶୀ ମଦ କାରବାର କରୁଥିବା ଭବାନୀପାଟନା ସଦର ଥାନା ଅନ୍ତର୍ଗତ ଭୈରବପୁର ସ୍ଥିତ ନରେନ୍ଦ୍ର ନାଗ (୨୮) ପି.ଲକ୍ଷ୍ମୀଧର ନାଗ ଙ୍କ ଠାରୁ ୬ ଲିଟର ଏବଂ କାଶୀ କରୁୱା ( ୪୦) ପି.ଭୀମ କରୁୱା ଙ୍କ ଠାରୁ ୭ ଲିଟର ଦେଶୀ ମଦ ଜବତ କରାସଯାଇ ସଦର ଥାନା କେଶ ନମ୍ବର ଯଥାକ୍ରମେ ୧୧୦ ଓ ୧୦୯ ଧାରା ୨୬୯/୨୭୦/୧୮୮ ଆଇପିସି, ଏବଂ ୫୨ (ଏ) ଓଡିଶା ଅବକାରୀ ଆଇନ ଅନୁସାରେ କେଶ ରୁଜ୍ଜୁ କରି ଗିରଫ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ସେହିପରି ଜୁନାଗଡ ସହର ପୋ୍ରଜେକ୍ଟ ପଡାସ୍ଥିତ କମଳ ସୁନାନୀ ( ୫୬) ପି- ଉପେନ୍ଦ୍ର ସୁନାନୀ ୧୫ ଗୋଟୀ ବିଦେଶୀ ମଦ ବୋତଲ ୫.୪ ଲିଟର ରଖି ବେଆଇନ କାରବାର କରୁଥିବା ଅଭିଯୋଗରେ ଜୁନାଗଡ ଥାନା କେଶ ନଂ. ୧୦୬ ଧାରା ୧୮୮/୨୬୯/୨୭୦ ଆଇପିସି ତଥା ୫୨(ଏ) ଓଡିଶା ଅବକାରୀ ଆଇନ ଅନୁସାରେ ଗିରଫ କରାଯାଇଥିବା ଜୁନାଗଡ ଓଆଇସି ଉତମ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।
ଜୁନାଗଡ ଥାନା ଅନ୍ତର୍ଗତ ବଳଦିଆମାଳ ଠାରେ ବିଦେଶୀ ମଦ ରଖି କାରବାର କରୁଥିବା ଅଭିଯୋଗରେ ବଲଦିଆମାଳ ଗ୍ରାମର ଦିବ୍ୟ ନାଗ ( ୫୨) ପି.ଭାଳ ନାଗ ଙ୍କୁ ଗିରଫ କରିଥିବା ଜଣାପଡିଛି । କୋଭିଡ ୧୯ ନିୟମାବଳୀ ଏବଂ ସରକାରଙ୍କ ଲକଡାଉନ ବ୍ୟବସ୍ଥାକୁ ବେଖାତିର କରି ଅତ୍ୟନ୍ତ ଲଜ୍ଜାହୀନ ଭାବେ ବେଆଇନ ବିଦେଶୀ ମଦ କାରବାର କରାଯାଉଥିବା ଖବର ପାଇ ଜୁନାଗଡ ଓଆଇସି ଉତମ କୁମାର ସାହୁ ଚଢଉ କରି ଚତୁରତାର ସହିତ ଇଟା ଗଦା ମଧ୍ୟରେ ସୁସଜ୍ଜିତ ଭାବେ ରଖାଯାଇ ବେଆଇନ ଭାବେ କାରବାର କରୁଥିବା ବେଳେ ବିଭିନ୍ନ କିସମର ବୋତଲ ଗୁଡିକରେ ମୋଟ ୭୮.୩୪ ଲିଟର ବିଦେଶୀ ମଦ ଜବତ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ ।
ବର୍ତମାନ ଲକଡାଉନ ସ୍ଥିତିରେ ମଦୁଆ ମାନଙ୍କ ଚାହିଁଦା ପୂରଣ କରିବା ପାଇଁ ତଥା ଅଧିକ ଲାଭ ଉଠାଇବା ପାଇଁ ଗ୍ରାମାଂଚଳରେ ଏଭଲି ଅନେକ ସ୍ଥାନରେ ଏଭଲି ବେଆଇନ କାରବାର ହେଉଥାଇପାରେ । ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢଉ କରାଗଲେ ବେଆଇନ କାରବାର ବନ୍ଦ ହୋଇପାରିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି ।