Odiapua.com

ଲକଡାଉନ ସ୍ଥିତିରେ ଜୀବିକା ହରାଇଥିବା ବ୍ରାହ୍ମଣ ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ


କଳାହାଣ୍ଡି – ୦୨.୦୪.୨୦୨୦ ( ଓଡିଆପୁଅ) କୋରୋନା କୁ ପ୍ରତିରୋଧ କରିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରିସ୍ଥିତି ଜାରି ରହିଥିବା ବେଳେ ଅନେକଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି । ଗରିବ ଖଟିଖିଆ ଶ୍ରମିକ ବର୍ଗର ଲୋକ ଏଥିରେ ବହୁଳ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଦୈନନ୍ଦିନ କର୍ମକାଣ୍ଡ କରି ଚଳୁଥିବା ବ୍ରାହ୍ମଣ ମାନେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ସନାତନି ଧର୍ମ ଅନୁସାରେ ଦୋଳ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ବାସନ୍ତିକ ଦୁର୍ଗାପୂଜା, ରାମନବମୀ, ପଣାସଂକ୍ରାନ୍ତି ତଥା ବିବାହ, ବ୍ରତ, ଗୃହାରମ୍ଭ,, ଗୃହ ପ୍ରବେଶ, ପ୍ରହରୀ ନାମଯଜ୍ଞ ଭଲି ଅନେକ ଶୁଭ କାର୍ଯ୍ୟ ସଂପାଦିତ ହୋଇଥାଏ । ଏସବୁ କାର୍ଯ୍ୟରେ ଯଜମାନି କାର୍ଯ୍ୟ ସଂପାଦିତ କରି କର୍ମକାଣ୍ଡି ବ୍ରାହ୍ମଣ ମାନେ ନିଜ ଜୀବନ ଜୀବିକା ନିର୍ବାହ କରିଥାନ୍ତି । ହେଲେ ଲକଡାଉନ ପରିସ୍ଥିତିରେ ସେସବୁ ଶୁଭ କାର୍ଯ୍ୟ ଆଉ ସଂପାଦିତ ହୋଇପାରୁନାହିଁ , ଏପରିକି ବିଭିନ୍ନ ମଠ ମନ୍ଦିର ମାନଙ୍କୁ ଭକ୍ତ ସମାଗମ ହେଉନଥିବାରୁ ସେଠାରେ ନିୟୋଜିତ ଥିବା ବ୍ରାହ୍ମଣ ମାନେ ମଧ୍ୟ ଗୁଜୁରାଣ ପୂରଣ କରିପାରୁନାହାନ୍ତି । ଏଲି ସ୍ଥିତିରେ ସରକାର ଏହି ବ୍ରାହ୍ମଣ ମାନଙ୍କ ପ୍ରତି ଦୃଷ୍ଟି ଦେଇ ପାରିନାହାନ୍ତି ଏବଂ କେତେକ ଭୋକ ଉପାସରେ ମଧ୍ୟ ଚଲୁଥିବା ପ୍ରକାଶ କରୁଛନ୍ତି । ଏଭଲି ନୀରିହ ଗରିବ ବ୍ରାହ୍ମଣ ମାନଙ୍କୁ ଚିହ୍ନଟ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ଓଡିଶା ବୈଦିକ ବ୍ରାହ୍ମଣ ପରିଷଦ ପକ୍ଷରୁ ରାଜ୍ୟ ଉପଦେଷ୍ଠା ଜଗବନ୍ଧୁ ମିଶ୍ର,କଳାହାଣ୍ଡି ବୈଦିକ ବ୍ରାହ୍ମଣ ପରିଷଦର ସଭାପତି ଅନନ୍ତ ପଣ୍ଡା, ଉପସଭାପତି ବିଶ୍ୱ ଯୋଷୀ,ସଚିବ ଭବାନୀ ଆଚାର୍ଯ୍ୟ, ରାଜ୍ୟ ସଭାପତି ଶ୍ରୀକାନ୍ତ ନନ୍ଦ,ସଂପାଦକ ସତ୍ୟନାରାୟଣ ତ୍ରୀପାଠୀ ପ୍ରମୂଖ ମାନ୍ୟବର ମୂଖ୍ୟମନ୍ତ୍ରୀ, ୫ଟି ସଚିବ ଙ୍କୁ ଇମେଲ ଏବଂ ଟ୍ୱିଟ କରି ଦାବୀ ଜଣାଇଛନ୍ତି ।