Odiapua.com

ଲକଡାଉନ ସମୟରେ ବାରିକମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି

ପୁରୀ, ୩୦/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ଲକଡାଉନ ଜାରି ହେବା ପରେ ସହରରେ ଥିବା ସେଲୁନ୍ ଓ ବିଉଟି ପାଲରଗୁଡିକ ଖୋଲିବା ନେଇ ନିଷେଧାଦେଶ ଜାରି ହୋଇଥିବା ଯୋଗୁଁ ସେଲୁନ୍ ଖୋଲି ଯେଉଁ ବାରିକମାନେ ନିଜର ପରିବାର ଭରଣ ପୋଷଣ ପାଇଁ ଅର୍ଥ ଉପାର୍ଜନ କରିପାରୁଥିଲେ ଆଜି ତାହା ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଶହ ଶହ ବାରିକ ପରିବାର ଆଜି ଏହି ଅର୍ଥ ସଂକଟରେ ପଡିରହି କାଳାତିପାତ କରୁଛନ୍ତି। କେତେକ ବାରିକ ନିଜ ନିଜର ସେଲୁନ୍ ଭଡାଘରେ ଓ କ୍ୟାବିନରେ ଖୋଲିଥିବା ଯୋଗୁଁ ଭଡା ଦେଇପାରୁନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟ ସରକାର ସେମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପାଇଁ ଦାବି ହୋଇଛି।