Odiapua.com

ଲକଡାଉନ ତୃତୀୟ ପ୍ରର୍ଯ୍ୟାୟର ଚତୁର୍ଥ ଦିନରେ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର ଚଳଚଂଚଳ

ପୁରୀ, ୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :- ଲକଡାଉନର ତୃତୀୟ ପ୍ରର୍ଯ୍ୟାୟର ଆଜି ଚତୁର୍ଥ ଦିବସରେ ସହରରେ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲା ରହିଛି। ଏବଂ ଶହ ଶହ ଲୋକ ବାଇକରେ ଯିବା ଆସିବା କରୁଛନ୍ତି। କାର ମଧ୍ୟ ଚଳାଚଳ କରୁଛି। ଲକଡାଉନର କଟକଣା ଯେପରି କିଛି ନାହିଁ ବୋଲି ମନେ କରାଯାଉଛି। ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ସାମାଜିକ ଦୂରତା ରଖିବା, ପ୍ରତ୍ୟେକ ବ୍ୟକ୍ତି ମାକ୍ସ ପିନ୍ଧିବା, ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ କର୍ମଚାରୀ ମାକ୍ସ ପିନ୍ଧିବା ବାଧ୍ୟତା ଥିବାବେଳେ କେତେକ ସ୍ଥାନରେ ଏହାର ଉଲ୍ଲଘଂନ କରାଯାଉଥିବା ଦେଖାଯାଏ। ପୂର୍ବରୁ ପୁଲିସ ପ୍ରଶଶସନ ପକ୍ଷରୁ ଲୋକମାନଙ୍କୁ ସଚେତନତା କରାଇବା ପାଇଁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଯେତେ ଗାଡି ଚଳାଚଳ କରୁଥିଲା ବର୍ତମାନ ତାହାର ସଂଖ୍ୟା ହ୍ରାସ ପାଇଥିବା ମଧ୍ୟ ଦେଖାଯାଏ। ସହରରେ ଥିବା ମାର୍କେଟ କମ୍ପେ୍ଲସ, ମଦ ଦୋକାନ, ହୋଟେଲ, ଲଜିଂ, ରେଷ୍ଟୁରାଟ ଆଦି ବନ୍ଦ ଥିବା ବେଳେ ଅନ୍ୟ ସବୁ ଦୋକାନଗୁଡିକ ଖୋଲା ଯାଇଥିବା ଦେଖାଯାଇଛି। ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡିକ ଉପରେ ଥିବା ବ୍ୟାରିକେଡଗୁଡିକ ନଥିବା ଦେଖାଯାଏ। ପୁରୀ ସହରରେ ସକାଳ ୭ଟା ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଖୋଲା ରହିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଜାରି ରହିଛି।