Odiapua.com

ଲକଡାଉନ୍ ସମୟରେ ମଦ ଦୋକାନରେ ଭିଡ, ଦୋକାନ୍ ସିଲ୍ କଲେ ଏସ୍‌ଡିପିଓ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ପାଇଁ ଅନୁମତି ଦେଇଥିବାବେଳେ ଭଦ୍ରକରେ ଲକଡାଉନ୍ ଚାଲିଥିବାବେଳେ ବହୁ ମଦ ଦୋକାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଥିଲା ଭଦ୍ରକ ଚରମ୍ପା ରିଜର୍ଭ ପୁଲିସ୍ ଅଫିସ୍ ନିକଟରେ ଥିବା ଏକ ମଦ ଦୋକାନରେ । ସରକାରଙ୍କ କରୋନା ଜନିତ ଗାଇଡ୍ ଲାଇନ୍ ମୂଳେ ସକାଳ ୭ ରୁ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ହେବା କଥା । ମାତ୍ର ଲକଡାଉନ୍ ସମୟରେ ଟାଉନ୍ ଥାନା ଅଧୀନସ୍ଥ ରିଜର୍ଭ ପୁଲିସ୍ ଅଫିସ୍ ନିକଟରେ ଥିବା ଏହି ମଦ ଦୋକାନରେ ଆଜି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଖବର ପାଇ ଭଦ୍ରକ ଏସ୍‌ଡିପିଓ ହଠାତ୍ ସେଠାରେ ଚଢାଉ କରିବା ସହ ଦୋକାନଟିକୁ ସିଲ୍ କରିଦେଇଛନ୍ତି । ପୁଲିସ୍‌କୁ ଦେଖି ମଦ କିଣିବାକୁ ଆସିଥିବା ବହୁ ଲୋକ ଘଟଣାସ୍ଥଳରୁ ଦୌଡି ପଳାଇବାର ଦୃଶ୍ୟ ବେଶ୍ କୌତୁହଳ ମନେ ହେଉଥିଲା ।