Odiapua.com

ଲକଡାଉନର ଚତୁର୍ଥ ଦିବସରେ ପୁରୀସହର ବାସୀ ସଚେତନ ହେଉଛନ୍ତି

ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ଲକଡାଉନର ଚତୁର୍ଥ ଦିବସରେ ପୁରୀ ସହରରେ ଅବସ୍ଥା ସୁଧୁରିବାକୁ ବସିଛି। ଲୋକମାନେ ସଚେତନ ହେବା ସହ ଘରୁ ବାହାରକୁ ବିଶେଷଭାବେ ବାହାରୁନଥିବା ଦେଖାଯାଇଛି। କେବଳ ଯେଉଁମାନଙ୍କା ଅତ୍ୟନ୍ତ ଜରୁରୀ କାର୍ଯ୍ୟ ଅଛି କିମ୍ବା ଅତ୍ୟାବଶ୍ୟକ ପଦାର୍ଥ ଓ ଔଷଧ ଆଦି କିଣିବାକୁ ଆସୁଛନ୍ତି ସେମାନଙ୍କ ବ୍ୟତୀତ ଅନ୍ୟ କେହି ବାହାରେ ବୁଲୁନଥିବା ମଧ୍ୟ ସହର ପାଇଁ ଏକ ଶୁଭ ସୂଚନା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚ୍ୟ ବିଷୟ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହରରେ ଥିବା ମାନସିକ ବିକାରଗ୍ରସ୍ତ ଲୋକ, ଗରିବ, ମୂଲିଆ ଶ୍ରେଣୀର ଲୋକ ଓ ଯେଉଁ ଶ୍ରମିକମାନେ କାର୍ଯ୍ୟ କରିବାକୁ ଆସି ସହରରେ ଦୀର୍ଘ ଦିନ ହେବ ଅଟକି ରହିଛନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ସହରରେ ବୁଲୁଥିବା କୁକୁର, ଗାଈଗୋରୁ ମଧ୍ୟ ଦୋକାନ ବଜାର ବନ୍ଦ ଥିବାରୁ ସେମାନଙ୍କୁ ଉପାସରେ ରହିବାକୁ ପଡୁଛି। କେତେକ ସହୃଦୟ ବ୍ୟକ୍ତି ବୁଲା କୁକୁର ଓ ଗାଈମାନଙ୍କୁ ଖାଦ୍ୟ ଆଣି ଖାଇବାକୁ ଦେଉଥିବା ଦେଖାଯାଇଥିଲା।