Odiapua.com

ଲକଡାଉନକୁ ନେଇ ଗ୍ରାମାଞ୍ଚଳରେ ବଢିଲା ଅନ୍ଧ ବିଶ୍ୱାସ, କୁକୁର କାମୁଡାରେ ବାଳିକା ମୃତ୍ୟୁ

ବାଲିଗୁଡା, ୨୮/୪ (ଓଡ଼ିଆ ପୁଅ/ ସଞ୍ଜୟ କୁମାର ପାଣିଗ୍ରାହୀ) ଲକଡାଉନକୁ ନେଇ ଗ୍ରାମାଞ୍ଚଳକୁ ଗାଡି ମୋଟର ଚାଲୁ ନଥିବା ବେଳେ କିଛି ଆଦିବାସୀ ଅଞ୍ଚଳରେ ଲୋକେ ମେଡିକାଲ ନ ଆସି ଘରେ ଘରେ ଅନ୍ଧ ବିଶ୍ୱାସ ଓ ଚେର ମୂଳର ବଶବର୍ତ୍ତୀ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଭଳି ଅଭିଯୋଗ ଆସୁଥିବା ବେଳେ ଏକ ଘଟଣା ପଦାକୁ ଆସିଛି। ଏକ ମାସ ପୂର୍ବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଗୁମିକିଆ ପଞ୍ଚାୟତର କୁଞ୍ଜୁମାହା ଗ୍ରାମର ଲେବୀୟ ପ୍ରଧାନଙ୍କ ୮ ବର୍ଷର ଝିଅକୁ କୁକୁର କାମୁଡି ଦେଇଥିଲା। ତାକୁ ପରିବାର ଲୋକ ନିକଟସ୍ଥ ବୁଡଗୁଡା ମେଡିକାଲକୁ ଆଣିବା ପାଇଁ କୌଣସି ଗାଡି ମିଳିନଥିଲା। ଯାହା ଫଳରେ ଝିଅଟି ରବିବାର ରାତିରୁ ଘରେ ଛଟପଟ ହୋଇଥିଲା। ସୋମବାର ତାକୁ ବାଲିଗୁଡା ମେଡିକାଲକୁ ଆଣି ଥିବା ବେଳେ ଝିଅଟି ତଳେ ଗଡିଯାଉଥିଲା ଓ ବାନ୍ତି ଓ ନାଳ ପାଟିରୁ ବାହାରୁଥିଲା। ତାକୁ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ ସେଠାରେ ଶିଶୁଟିର ମୃତ୍ୟୁ ଘଟିଛି।