Odiapua.com

ରୋହିତ୍‌ଙ୍କ ତୋଫାନୀ ଅର୍ଦ୍ଧ ଶତକ, ରୋହିତ୍‌ ୬୪ ରେ ଆଉଟ୍‌ – ଭାରତ ୧୪୦/୧, ପିଟୁଛନ୍ତି ସୂର୍ଯ୍ୟକୁମାର

ନୂଆ ଦିଲ୍ଲୀ ୧୮ ମାର୍ଚ୍ଚ (ଓଡ଼ିଆ ପୁଅ) ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟି -୨୦ ମ୍ୟାଚ୍ ଖେଳାଯାଉଛି। ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୨ ବରାବର ଅଛି। ଏହି ମ୍ୟାଚ୍‌ ଯିଏ ଜିତିବ ସେ ସିରିଜ୍‌ ଜାତିବ। ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିମ୍ ଇଣ୍ଡିଆରେ ଗୋଟିଏ ପରିବର୍ତ୍ତନ ହୋଇଛି ଇଂଲଣ୍ଡ ଅପରିବର୍ତ୍ତିତ ରହିଛି। କେଏଲ୍ ରାହୁଲ୍‌ ଙ୍କ ସ୍ଥାନରେ ଟି ନଟରାଜନ ଖେଳୁଛନ୍ତି। ଏହି ମ୍ୟାଚ ଜିତି ସିରିଜ ଜିତିବା ଲକ୍ଷ୍ୟ ନେଇ ଭାରତ ଓ ଇଂଲଣ୍ଡ ଟିମ ପଡିଆକୁ ଓହ୍ଲାଇଛନ୍ତି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍ ଓ ୩ୟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା। ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା ବେଳେ ୪ର୍ଥ ମ୍ୟାଚରେ ୮ ରନ୍‌ରେ ବିଜୟ ଆସଲ କରିଥିଲା। ତେଣୁ ଆଜିର ମୁକାବିଲା ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ।
ରୋହିତ ଏହି ଶେଷ ମ୍ୟାଚ୍‌ରେ ଅର୍ଦ୍ଧ ଶତକ ମାରିଛନ୍ତି। ସେ କେବଳ ୩୪ ବଲ୍‌ ଖେଳି ୬୪ ରନ୍‌ କରିଛନ୍ତି। ବର୍ତ୍ତମାନ ଭାରତର ସ୍କୋର ଦଶ ଓଭର ପରେ ୧୧୦ /୦ ହୋଇଛି। ରୋହିତ୍‌ ଙ୍କ ପରେ ସୂର୍ଯ୍ୟକୁମାର ଯାଦବ ଆସିଛନ୍ତି ସେ ଆସୁଆସୁ ଦୁଇଟି ଛକ୍କା ମାରିଥିଲେ।

ଭାରତ ୧୪୦/୧
ସ୍କୋର ବୋର୍ଡ଼
ଭାରତ
ବ୍ୟାଟ୍ସମ୍ୟାନ୍‌ ରନ୍‌, ବଲ୍‌, S/R ଚୌକା ଛକ୍କା
ରୋହିତ ଶର୍ମା ୬୪ ୩୪ ୧୮୮.୨୩ ୪ ୫
ବିରାଟ କୋହଲି ୩୭ ୨୭ ୧୩୭.୦୩ ୨ ୨
ସୂର୍ଯ୍ୟକୁମାର ଯାଦବ ୩୧ ୧୩ ୨୩୮.୪୬ ୩ ୨
ୱିକେଟର ପତନ
୧-୯୪, (ରୋହିତ ଶର୍ମା, ୮.୬)
ଇଂଲଣ୍ଡ ବୋଲିଂ
ବୋଲର୍ସ ଓଭର ରନ୍‌ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ

ଆଦିଲ୍ ରାଶିଦ୍ ୩ ୨୭ ୦ ୯.୦୦ ୬ ୦
ଜୋଫ୍ରା ଆର୍ଚ୍ଚର ୨ ୧୯ ୦ ୯.୫୦ ୪ ୦
ମାର୍ଚ ଉଡ୍ ୨ ୨୮ ୦ ୧୪.୦୦ ୩ ୦
କ୍ରିସ୍ ଜୋର୍ଡାନ୍ ୧ ୧୦ ୦ ୧୦.୦୦ ୨ ୦
ସାମ୍ କୁରାନ୍ ୧ ୧୧ ୦ ୧୧.୦୦ ୧ ୦
ବେନ୍ ଷ୍ଟୋକ୍ସ ୧ ୧୩ ୧ ୧୩.୦୦ ୧ ୦

ଭାରତ ଏକାଦଶ : ରୋହିତ ଶର୍ମା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଜବ, ଋଷଭ ପନ୍ତ, ଶ୍ରେୟସ ଆୟାର, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଙ୍ଗଟନ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ରାହୁଲ ଚହର, ଟି ନଟାରାଜନ

ଇଂଲଣ୍ଡ ଏକାଦଶ: ଜେ ରୟ, ଜେ ବଟଲର, ଡି ମାଲାନ, ଜେ ବେୟାରଷ୍ଟୋ, ଇ ମୋର୍ଗାନ, ବି ଷ୍ଟୋକ୍ସ, ଏସ କୁରାନ, ଜେ ଆର୍ଚର, ସି ଜୋର୍ଡାନ, ଏ ରସିଦ, ଏମ ଉଡ୍‌