ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ତାର ରୋପ୍ୟ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଶାରଦା ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛ। ଶାରଦା ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ କୁ ଶାରଦା ବିଦ୍ୟାମନ୍ଦିର ପରିଚାଳନା କମିଟି ର ସଭାପତି ଚକ୍ରଧର ପ୍ରଧାନ ଉଦ୍ଘାଟନ କରିଥିଲେ। ଶାରଦା ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତରେ ଏହି ବୈଠକ ରେ ପରିଚାଳନା କମିଟି ର ସଭ୍ୟ ତାରାକାନ୍ତ ରାଉତ, ଅନ୍ୟତମ ସଭ୍ୟ ତଥା ବରିଷ୍ଠ ଶିକ୍ଷକ ନିର୍ମଳ କୁମାର ସେନାପତି, ଶିଶୁ ସାହିତ୍ୟିକ ପବନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱମ୍ବର ନାଥ,କୁମାର ନାୟକ ବରିଷ୍ଠ ଗୁରୁଜୀ ନିତ୍ୟାନନ୍ଦ ସେନାପତି,କେଶବ ଚନ୍ଦ୍ର ସେଠୀ,ପ୍ରକାଶ ସାହୁ, ଗଙ୍ଗାଧର ପଳତା, ଅଜୟ ରାଉତ ଅତିଥି ରୂପେ ଯୋଗ ଦେଇଥିଲେ। ୨୦୧୩ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ମାଟ୍ରିକ ରେ ଉତ୍ତୀର୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଆଲମୁନି କମିଟି ରୋପ୍ୟ ଜୟନ୍ତୀ ପାଳନ କରିବାର ଦାୟିତ୍ୱ ନେବ ବୋଲି ବୈଠକ ରେ ସ୍ଥିରୀକୃତ ହୋଇଛ। ସୂଚନଯୋଗ୍ୟ ୨୦୦୨ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ବିଦ୍ୟାଳୟ ଆସନ୍ତା ୨୦୨୭ ମସିହାରେ ରୌପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି । ଆସନ୍ତା ୨୦୨୭ ମସିହା ଅପ୍ରେଲ ମାସ ରେ ତିନିଦିନ ବ୍ୟାପୀ ଏହି ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ସ୍ଥିରିକୃତ ହୋଇଛି । ପୂର୍ବତନ ଛାତ୍ର ସୌମ୍ୟରଂଜନ ଦାସ, ରାମଚନ୍ଦ୍ର ନାୟକ, ଶ୍ରୀନାଥ ଶୀତିକଣ୍ଠ, ଜୟକୃଷ୍ଣ ଦାସ, ରାଜେଶ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଏହି ବୈଠକରେ ଯୋଗଦେଇ ରୌପ୍ୟ ଜୟନ୍ତୀକୁ ସଫଳ କରିବେବୋଲି ପ୍ରତିଜ୍ଞା କରିଥିଲେ । ଅସୀମା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁମା ଅର୍ପତା ନାୟକ ଓ ବନ୍ୟା ପଣ୍ଡା ଉତ୍ସବ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ।