Odiapua.com

ରୋଟାରୀ କ୍ଳବକୁ ଉତ୍କର୍ଷ ଆହାର ପରିଚାଳନା ପୁରସ୍କାର

ନୟାଗଡ଼, ୧୬ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ରୋଟାରୀ କ୍ଲବକୁ ଉତ୍କର୍ଷ ଆହାର ପରିଚାଳନା ପୁରସ୍କାର ପ୍ରଦାନ କରାଯାଇଛି। ନୟାଗଡ଼ ଜିଲାରେ ଦୀର୍ଘ ୪ବର୍ଷ ଧରି ରୋଟାରୀ କ୍ଲବ ଆହାର କେନ୍ଦ୍ର ସୁପରିଚାଳନା କରୁଥିବାରୁ ରୋଟାରୀ ଜିଲା ୩୨୬୨ ଗଭର୍ଣ୍ଣର ରୋଟାରିଆନ୍ ସୌମ୍ୟରଂଜନ ମିଶ୍ର ଏଡି ପୁରସ୍କାର ଦେଇଛନ୍ତି। ବରିଷ୍ଠ ରୋଟାରିଆନ, ସମାଜସେବୀ, ବରିଷ୍ଠ ସାମ୍ବାଦିକ ତଥା ମୁଖ୍ୟ ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ରୋଟାରୀ ସେବା ସମ୍ମାନ ପ୍ରଦାନ କରିବା ସହ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ପାଇଁ ନୟାଗଡ଼ ରୋଟାରୀ କ୍ଲବକୁ ଅନନ୍ୟ କ୍ଳବ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।