Odiapua.com

ରୋଟାରୀ କ୍ଲବ ପକ୍ଷରୁ ମେଧାବୃତ୍ତି ସମ୍ମାନ ମିଳିବ

ନୟାଗଡ଼, ୨୦ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଯୁକ୍ତ ଦୁଇରେ ନାମ ଲେଖାଇଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ରୋଟାରୀ ମେଧାବୃତ୍ତି ୨୦୧୯ ଦିଆଯିବ ବୋଲି ରୋଟାରୀ କ୍ଲବର ମୁଖ୍ୟ ସଂଯୋଜକ ପ୍ରମୋଦ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ମେଧାବୃତ୍ତି ପାଇବାକୁ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ଫର୍ମରେ କଲେର ଅଧ୍ୟକ୍ଷଙ୍କ ଜରିଆରେ ଆବେଦନ କରାଯାଇଛି। ଊପଯୁକ୍ତ ବିବେଚିତ ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ରୋଟାରୀ ମେଧାବୃତ୍ତି ପ୍ରଦାନ କରାଯିବ। ଏଥିପାଇଁ ଏକ ଚୟନ କମିଟି ଗଠନ କରାଯାଇଛି। ଚଳିତ ମାସ ୩୧ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଥିବାବେଳେ ସେପ୍ଟେମ୍ବର ୮ ତାରିଖ ସାକ୍ଷରତା ଦିବସରେ ଏହି ମେଧାବୃତ୍ତି ପ୍ରଧାନ କରାଯିବ ଏବଂ ୫ଜଣ ଛାତ୍ର ଓ ୫ଜଣ ଛାତ୍ରୀ ଏହି ବୃତ୍ତି ପାଇବେ ବୋଲି କୁହାଯାଇଛି। ଏଥିରେ ରୋଟାରୀ କ୍ଲବର ସଭାପତି ମଦନ ମୋହନ ମହାପାତ୍ର ମେଧାବୃତ୍ତି ସମ୍ମାନର ଆଭିମୁଖ୍ୟ ରଖିଥିବାବେଳେ ସଂପାଦକ ପ୍ରବୀର କୁମାର ପୃଷ୍ଟି, ସୁବୋଧ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।