Odiapua.com

ରୋଟାରୀ କ୍ଲବ ପକ୍ଷରୁ ଦୁର୍ଗମ ଆଦିବାସୀ ଗ୍ରାମରେ କରୋନା ସଚେତନତା, ସୁଖିଲାଖଦ୍ୟ,ମାସ୍କ,ସାନିଟାଇଜର ବଟଂନ

ମାଲକାନଗିରି,୨୦ ।୬ (ଓଡିଆ ପୁ୍‌ଅ) ମାଲକାନଗିରି ଜିଲ୍ଲା ରୋଟାରୀ କ୍ଲବ ପକ୍ଷରୁ ମାଥିଲି ବ୍ଲକସ୍ଥ ଦୁର୍ଗମ ମାଓପ୍ରବଣ ତୁଳସି ପାହଡ,ଟେମୁରୁପାଲି,ଖଟୁଆପଦର,କେରିମେଟି,ଦଲଦଲି,କୁକୁରକୁଣ୍ଡି ଆଦିବାସୀ ଗ୍ରାମରେ କରୋନା ଜନସଚେତନତା ସହିତ ସୁଖିଲା ଖାଦ୍ୟ,ମାସ୍କ,ସାନିଟାଇଜର ବଟିଂଛନ୍ତି । ପାହଡ ତଳ ଟେମୁରୁପାଲି ଠାକୁରଣୀ ମନ୍ଦିର ପଡିଆରେ କୋଭିଡ ନାୟମ ପାଳନ ସହିତ ଜନ ସେଚତନତା ସଭା କରାଯାଇଥିଲା । ଦୁର୍ଗମ ପାହଡ ଉପରେ ଥିବା ଗ୍ରାମର ପ୍ରାୟ୨୫୦ ଲୋକଙ୍କୁ ଏହି ସଭାକୁ ଡକା ଯାଇ ସମସ୍ତ ଗ୍ରାମବାସୀ କୋଭିଡ ନାୟମ ଓ କରୋନା କଟକଣାକୁ ମାନିବା ସହିତ କୋଭିଡ ଟିକା ନେବା ପାଇଁ ସେମାନଙ୍କୁ ଠାକୁରାଣୀଙ୍କ ନିକଟରେ ସପଥ ପାଠ କରାଯାଇ କରୋନା ସଚେତନତା ରା ବାର୍ତା ଦିଆ ଯାଇଥିଲା । ସେମାନଙ୍କୁ ଶୁଖିଲା ଖାଦ୍ୟ,ମାସ୍କ,ସାନିଟାଇଜର ସାବୁନ ରୋଟାରୀ କ୍ଲବ ପକ୍ଷରୁ ବଟାଂଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରୋଟାରୀ କ୍ଲବର ସଭାପତି ଜଗଦିଶ ତ୍ରିପାଠୀ,ସପାଂଦକ ଜି.ଶ୍ୟାମବାବୁ ଦୋରା,
ଏ. ଇଶ୍ୱର ରାଓ,ସୁରେନ୍ଦ୍ର କୁମାର ପାଢି,ସୁଶାନ୍ତ ସାମଲ,ଲବ ସାହୁ,ରୋମ୍ୟରଜନ ପରିଡା,ସମାଜସେବୀ ଦୁର୍ଯ୍ୟଧନ ପାତ୍ର ଓ ଟେମୁରପାଲି ସରପଂଚ, ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।