ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ଥରୀୟ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର ଅନୁମୋଦନରେ ରୋଟାରୀ କ୍ଲବର ପୋଷ୍ଟପୋଷକତାରେ ଏହା ଆୟୋଜନ କରାଯାଇଥିଲା । ଜିଲ୍ଲା ସ୍ଥରୀୟ ପ୍ରତିଯୋଗିତାରେ ଭଦ୍ରକ ବ୍ଲକ ଓ ବିଭିନ୍ନ ବ୍ଲକରୁ ଛାତ୍ର ଛାତ୍ରୀ ମାନେ ଏଥିରେ ଭାଗ ନେଇଥିଲେ । ବରିଷ୍ଠ ଓ କନିଷ୍ଠ ବିଭାଗରେ ଏହି ପ୍ରତିଯୋଗିତା କରାଯାଇଥିଲା । ମୋ ଦେଶ ମୋ ସ୍ୱପ୍ନ,ଭବିଷ୍ୟତ ଭାରତ ଗଠନରେ ଯୁବ ଶକ୍ତିର ଭୂମିକା,ମୋ ସ୍ୱପ୍ନର ଭାରତ ଏବଂ ସ୍ୱାଧିନତାର ୭୭ବର୍ଷ ପରେ ଭାରତ ଉପରେ ବକ୍ତୁତା କରାଯାଇଥିଲା । ପ୍ରାରମ୍ଭରେ ରୋଟାରୀ କ୍ଲବର ସଭାପତି ପ୍ରଣବ କୁମାର ସାହୁଙ୍କ ସଭାପତିତ୍ତ୍ୱରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମର ମହତ୍ ଉଦେଶ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଆସିଷ୍ଟାଣ୍ଡ ଗର୍ଭର୍ଣ୍ଣର ବସନ୍ତ ପାଣିଗ୍ରାହୀ,କ୍ଲବର ପୂର୍ବତନ ସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ,ଚେୟାରମ୍ୟାନ୍ ଅଭିଜିତ ନାୟକ,ରୋଟାରିୟନ୍ ପ୍ରମୋଦ ଜେନା,ଉମାକାନ୍ତ ଜେନା,ସୀତାକାନ୍ତ ଦାସ,ଝୁରଣବାଳା ଖୁଣ୍ଟିଆ,ନାଶିର ବସ୍କ,ସନ୍ତୋଷ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଶିକ୍ଷାବିତ୍ତ୍ ଅଟଳ ବିହାରୀ ନାୟକ,ସ୍ତମ୍ବକାର ଡ.ପ୍ରଫୁଲ୍ଲ ସାହୁ,ଡ.ରାଧାରାଣୀ ମହାପାତ୍ର,ସାହିତ୍ୟିକ କିଶୋର ପାଣିଗ୍ରାହୀ,ଡ.ଗୋଲକ ସାହୁ,ମିନାକ୍ଷୀ ଗରାବଡୁ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ । କୃତି ପ୍ରତିଯୋଗୀ ସାଇ ସୁନୟନା ପରିଡା,ଅସ୍ଥ ନାୟକ,ଅରମାନ୍ ଅଭିଜିତ ମିଶ୍ର,ଉଦିପ୍ତ କର,ବିନ୍ ସାଇକ୍ ଅମିନ୍,ସଞ୍ଜୟ ନାୟକ,ସାଇ ଶୁଭମ ବେହେରା,ଅନନ୍ୟା ବେହେରା,ମଧୁ ଚନ୍ଦନ ବେହେରା,କ୍ରିଷ୍ଣା କ୍ରାନ୍ତି ମହାକୁଡ,ଇପ୍ସିତା ନାୟକ ଓ ଶୁଭଲକ୍ଷ୍ମୀ ପଣ୍ଡାଙ୍କୁ ଆସନ୍ତା ସ୍ୱାଧିନତା ଦିବସରେ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲିକ୍ଷିତ ହୋଇଛି ।