Odiapua.com

ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ

ବାଲେଶ୍ୱର, ୪-୧୦(ଓଡ଼ିଆ ପୁଅ/ଅଭୟ ଦାସ): ରୋଟାରୀ କ୍ଲବ ପକ୍ଷରୁ ଆନ୍ତର୍ଜାତିକ ବୟସ୍କ ଜନ ଦିବସ ପାଳିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ସଭାପତି ଭାବଗ୍ରାହୀ ମହାନ୍ତି ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସମାଜରେ ବରିଷ୍ଠ ନାଗରିକଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କ୍ଲବର ବରିଷ୍ଠ ସଦସ୍ୟମାନଙ୍କୁ ଉତ୍ରୀୟ ଓ ପୁଷ୍ପଗୁ୍‌ଚ୍ଛ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବର ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ପର୍ବରେ ଡାକ୍ତର ଧନଞ୍ଜୟ ପରିଡ଼ା କେକ୍ କାଟିଥିଲେ। ସୁବ୍ରତ କର ଏଥିରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ରାଜଲକ୍ଷ୍ମୀ ପରିଡ଼ା, ଯଶୋଦା ନନ୍ଦନ ଆଶ୍‌, ପ୍ରଫେସର ଶାନ୍ତନୁ ପାଣି, ରମେଶ ଚନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରେ ଆୟୋଜିତ ଅନ୍ୟଏକ କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀଙ୍କର ୧୫୧ତମ ଜୟନ୍ତୀ ପାଳନ କରାଯାଇଥିଲା। ଆସନ୍ତା ବର୍ଷର ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଫେର ପାଣି ଯୋଗଦେଇ ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ। ଏଥିରେ ବହୁ ସଦସ୍ୟ ଉପସ୍ଥିତ ଥିଲେ।