Odiapua.com

ରୋଟାରୀ କ୍ଲବ ପକ୍ଷରୁ ଅମ୍ଲଜାନ-ପଲସରେଟ ନିରୂପଣ

ବାଲେଶ୍ୱର, ୨୦-୯ (ଓଡ଼ିଆ ପୁଅ/ଅଭୟ ଦାସ) : ରୋଟାରୀ କ୍ଲବର ପଞ୍ଚମ ବାର୍ଷିକ ଚକ୍ଷୁ ଅସ୍ତ୍ରୋପଚାର ଦିବସ ଅବସରରେ ରକ୍ତରେ ଅମ୍ଳଜାନର ସ୍ଥିତି ନିରୂପଣ ଓ ପଲ୍‌ସରେଟ ନିରୂପଣ କେନ୍ଦ୍ରକୁ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଶନିବାରଦିନ ଉଦ୍‌ଘାଟନ କରିଥିଲେ। ସଭାପତି ରୋଟାରିଆନ ଭାବଗ୍ରାହୀ ମହାନ୍ତି, ସମ୍ପାଦକ ପ୍ରଦୀପ୍ତ କୁମାର ପଣ୍ଡା, ରୋଟାରୀ ଜିଲା ଗଭର୍ଣ୍ଣର ଶାନ୍ତନୁ କୁମାର ପାଣି, ମୁଖ୍ୟ ପରାମର୍ଶ ଦାତା ତଥା ପ୍ରକଳ୍ପର ଚେୟାରମେନ ସୁବ୍ରତ କର, ପୂର୍ବତନ ସଭାପତି ମାତୃଦତ୍ତ ଦାସ, ଭି ଉଦୟ କୁମାର, ଉପସଭାପତି ବିଷ୍ଣୁଦାସ କୁଣ୍ଡୁ, ଯୁଗ୍ମ ସମ୍ପାଦକ ସୁଖମୟ ଦାସ, ସଭ୍ୟ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ, ଯଶୋଦାନନ୍ଦନ ଆଶ, ନନ୍ଦ କିଶୋର ମହାନ୍ତି, ଉପେନ୍ଦ୍ର ବେହେରା, ଶୁଭେନ୍ଦୁ ବେହେରା, ଚକ୍ଷୁ ଚିକିତ୍ସାଳୟର ସମ୍ପାଦକ ବିଶ୍ୱଦୀପ ପଣ୍ଡା, ଆର୍କିଟେକ୍ଟର ସୌରଭ ବେହେରା ପ୍ରମୁଖ ଅମ୍ଳଜାନ ପରୀକ୍ଷା କରିବା ସହିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।