Odiapua.com

ରେସୱା ସ୍ୱାଧାର ଗୃହ ପରିସର ସାନିଟାଇଜ ହେଲା

କେନ୍ଦ୍ରାପଡା ୨୫/୪ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱଧାର ଗୃହ ପରିସରକୁ ଆଜି ସାନିଟାଇଜ କରାଯାଇଛି। ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ରସାୟନିକ ମିଶ୍ରଣ ସଂଚନକରି ରେସୱା ସ୍ୱଧାର ଗୃହ ପରିସରକୁ ସାନିଟାଇଜ କରିଛନ୍ତି। ଏଥିସହିତ ମନକରପୁରସ୍ଥିତ ମଦ୍ରାସା ସମସୁଲ ଓଲୁମ ଓ ମସଜିଦ ହବିବ ପରିସରକୁ ମଧ୍ୟ ସାନିଟାଇଜ କରାଯାଇଥିଲା। ସମାଜସେବୀ ଲିଆକତ ହୁସେନଙ୍କ ସମେତ ମସଜିଦର ମୈାଲାନା ହାକିମ ସାହାବ ଓ ମଦ୍ରାସାର ଶିକ୍ଷକ ସେକ ଇସରାର ପ୍ରମୁଖ ସାନିଟାଇଜ କରିବାରେ ସହଯୋଗ କରିଥିଲେ।