Odiapua.com

ରେସଲର ରବି ଦାହିୟାଙ୍କୁ ରୌପ୍ୟ ପଦକ

ନୂଆ ଦିଲ୍ଲୀ ୫ ଅଗଷ୍ଟ (ଓଡ଼ିଆ ପୁଅ) ରେସନିଂରେ ରବି ଦାହିୟାଙ୍କୁ ରୌପ୍ୟ ପଦକ। ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ଫାଇନାଲରେ ROC ର ଜାଭୁର ଉଗୁଏଭଙ୍କଠାରୁ ୪-୭ ରେ ପରାସ୍ତ ହେଲେ।

ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ ରେ ପରାସ୍ତ କରି ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ହକିରେ ବ୍ରୋଞ୍ଜ ପଦକ ଜିତିଛି। କୁସ୍ତିରେ ରବି ଦାହିୟା ପୁରୁଷ ଫ୍ରିଷ୍ଟାଇଲ୍ ୫୭ କିଲୋଗ୍ରାମ ଫାଇନାଲରେ ଋଷର ଅଲିମ୍ପିକ୍ କମିଟିର ଜାଭୁର ୟୁଗୁଏଭଙ୍କଠାରୁ ହାରିବା ପରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତାଙ୍କ ବ୍ୟତୀତ ଦୀପକ ପୁନିଆ ମଧ୍ୟ ତାଙ୍କ ବ୍ରୋଞ୍ଜ ପଦକ ମ୍ୟାଚରେ ଅଛନ୍ତି। ମହିଳା ବିଭାଗରେ ଭିନେଶ ଫୋଗେଟ୍ ଫ୍ରିଷ୍ଟାଇଲ୍ ୫୩ କିଲୋଗ୍ରାମ ବର୍ଗରେ ବେଲା ଋଷର ଭେନେସା କାଲାଡଜିନସ୍କାୟାଙ୍କଠାରୁ ହାରିଯାଇଛନ୍ତି।