Odiapua.com

ରେଳ ଲାଇନ ସର୍ଭେ ଆରମ୍ଭ,ଜୟପୁର ଠାରୁ ମାଲକାନଗିରି କୁ ୧୩୦ କିଲୋମିଟର ରେଳପଥ ନିର୍ମାଣ ହେବ

ମାଲକାନଗିରି,୧ା୯(ଓଡିଆ ପୁଅ ) ଦେଶ ସ୍ୱାଧୀନତାର ୭୫ବର୍ଷ ପରେ ମଧ୍ୟ ଓଡିଶା ରାଜ୍ୟର ଦୂରତମ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜାଲ୍ଲା ବାସିଙ୍କ ପାଇଁ ରେଳ ଗାଡିଦେଖିବା ସ୍ୱପ୍ନପାଲଟିଥିବା ବେଳେ ଦୀର୍ଘବର୍ଷର ଅପେକ୍ଷାପରେ ମାଲକାନଗିରି ଜିଲ୍ଲା ବାସୀ ଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଜୟପୁର ଠାରୁ ୧୩୦ କିଲୋମିଟର ମାଲକାନଗିରି ଜିଲ୍ଲାକୁ ରେଳ ଲାଇନ ବିଛାଯିବା ପାଇଁ ନିସ୍ପତି ନିଆଯାଇଛି । ଜୟପୁର ଠାରୁ ମାଲକାନଗିରି ରାସ୍ତାରେ ସାତଟି ଟନେଲ ଓ ୮ଟି ବଡସେତୁ ନିର୍ମାଣ କରାଯିବ । ଏତି ନିମନ୍ତେ ପୁବ ର୍ତଟ ରେଳ ବିଭାଗର ଅଧିକାରୀ ଓ ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ଯୋରଦାର ସର୍ଭେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରଥମେ ଖଇରପୁଟ ତହସିଲ ଅଚଂଳରେ ବସବାସକରୁଥିବା ଆଦିମ ବଣ୍ଡାଜନଜାତି ରେଳ ଗାଡିରେ ବସିବାର ସୁଯୋଗ ପାଇବେ ବୋଲି ଆଶା ରଖିଛନ୍ତି । ସେଥି ନିମନ୍ତେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ପକ୍ଷରୁ ଯୁଦ୍ଧକାଳିନ ଭିତିରେ ମାଲକାନଗରି ଜିଲ୍ଲାରେ ରେଳ ଲାଇନ ସର୍ଭେ କାର୍ଯ୍ୟ ଚାଲିଛି । ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ତହସିଲ ସ୍ଥ ଦୁର୍ଗମ ଲୁଲଖାରୀ,ଖେମାଗୁରୁ ଅଚଂଳରେ ଖଇରପୁଟ ତହଲିଦାର ରାମକୃଷ୍ଣ ନାୟକ ଓ ଅନ୍ୟାନ ଅଧିକାରୀ ଙ୍କ ନେତୃତ୍ୱରେ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।ଖଇରପୁଟ ତହସିଲ ଅଚଂଳରେ ମୋଟ୨୨ କିଲୋମିଟ ରେଳଲାଇନ ପକାଯିବ,ଏହା ଦ୍ୱାରା ୧୨ଟି ଗ୍ରାମବାସୀ ପ୍ରଭାବିତ ହେବେ । ସେନେଇ ଆଜି ତହସିଲଦାର ବିଭିନ୍ନ ଗ୍ରାମକୁ ଗସ୍ତକରି ସର୍ଭେ କାର୍ଯ୍ୟ ତଦାରଖ କରିଥିଲେ ।ବିଳମ୍ବ ରେ ହେଉ ପଛେ ମାଲକାନଗିରି ଜିଲ୍ଲାବାସୀ ଓ ଆଦିମ ବଣ୍ଡା ଜନଜାତୀ ରେଳଗାଡି ରେ ବସିବାର ସୁ ଯୋଗ ପାଇବାକୁ ଯାଉଥିବାରୁ ଖୁସି ହୋଇଛନ୍ତି । ନିର୍ବାଚନ ପାଖେଇ ଆସିଲେ ଜିଲ୍ଲାରେ ରେଳ ଲାଇନ ପାଇଁ ସ ର୍ଭେ ଆରମ୍ଭ ହୋଇ ଯାଇଥାଏ । ଏହାକୁ ମିଶାଇ ପ୍ରାୟ ୪ରୁ ୫ଥର ସର୍ଭେ ହେଲାଣି,ଗତ ୪ବର୍ଷତଳେ ରେଳ ଲାଇନ ଜମି ଅଧିଗ୍ରହଣ ଓ ରେଳ ଷ୍ଟେସନ ନିର୍ମାଣ ପାଇଁ ସର୍ଭେ ହୋଇ ଏମଭି୪୩ ଗ୍ରାମ ନିକଟରେ ସ୍ଥାନଚିହ୍ନଟ କରାଯାଇ ରାଜ ସାଂସଦ ଓ ରାଜନେତା ମାନେ ନଡିଆ ଭାଙ୍ଗିଉଦଘାଟନ କରିଥିଲେ । କିଛିଦିନ ସର୍ଭେ ପରେ ତାହା ପୁଣି ଶିତଳ ଭଣ୍ଡାରରେ ପଡିରହିଗଲା । ମାଲକାନଗିରି ଜିଲ୍ଲାବାସୀ କେବେ ରେଳ ଗାଡିରେ ବସିବାର ସୁଯୋଗ ପାଉଛନ୍ତି ଖାଲି ଦେଖିବାକୁ ବାକିରହିଲା ।