Odiapua.com

ରେଳ ଧାରଣା ମଧ୍ୟରୁ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ ଦେହ ଉଧାର

ଯାଜପୁର୧୫ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର କେନ୍ଦୁଝର ରୋଡ ରେଲୱ ଷ୍ଟେସନ ନିକଟ ରେଲୱ ଟ୍ରାକ୍‌ରୁ ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯୋଧନ ମହାରଣା (୭୭)ଙ୍କ ମୃତ ଦେହ ରେଲୱ ପୁଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ସରୋଜକାନ୍ତ ଦାସ ସୁଚନା ଦେଇଛନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ ବଢେଇ ଟିକର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯୋଧନ ମହାରଣା ରାଜଧାନୀରେ ରହୁଥିବା ସାନପୁଅ ସ୍ମୃତି ରଂଜନ ପାଖରେ ୮ଦିନହେବ ଯାଇ ରହୁଥିଲେ । ସେଠାରୁ ଆସିଥବଲେ ମଧ୍ୟ ଘରକୁ ନଫେରିବାରୁ ପରିବାରଲୋକ ବହୁ ଖୋଜାଖୋଜି କରି ନିରାଶ ହେବାପରେ ସୋସିଆଲ୍ ମିଡିଆରେ ନାମ ଠିକଣା ପ୍ରକାଶ କରିଥିଲେ । ଆଜି ତାଙ୍କ ମୃତ ଦେହ ରେଳ ଧାଣା ମଝିରେ ପଡିଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଂଚିଥିଲେ ।ରେଲୱେ ଷ୍ଟେସନ ପ୍ଲାଟଫର୍ମ ନଂ୨-୩ କିଛି ଦୂରମଝିରେ ଏକ ମୃତ ଶରୀର ପଡିଥିବାର ଖବର ଜି.ଆର.ପି ଥାନାକୁ ଜଣାଇଥିଲେ । ଥାନା ଅଧିକାରୀ ସରୋଜକାନ୍ତ ଦାସ ଓ ପୁଲିସକର୍ମଚାରୀ ଘଟଣାସ୍ଥଳେ ପଂହଚି ୩୬/୧୯ ଏକ ଅପମୃତ୍ୟୁ ମାମଲା ରୁଜୁକରି ଭଦ୍ରକ ମେଡିକାଲରେ ଶବବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତ୍ୟୁର ଶିକ୍ଷକଙ୍କର କିପରି ମୃତ୍ୟୁ ହେଲା ତାହା ସନ୍ଦେହ ଘେରରେ ଥିବା ପରିବାର ଲୋକଙ୍କ ଠାରୁ ସୁଚନା ମିଳିଥବା ବେଳେ ଶବବ୍ୟବେଚ୍ଛଦ ରିପୋଟ ଆସିବା ପରେ ମୃତ୍ୟୁର କରଣ ଜଣାପଡିବ ବୋଲି ପୁଲିସ ସୁଚନା ଦେଇଛି । ଶ୍ରୀମହାରଣାଙ୍କ ମୃତ ଦେହ ରେଳ ଧାରଣା ମଧ୍ୟରୁ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଏନେଇ ଶଂଙ୍ଖଚିଲା ହେଙ୍ଗୁଳା ହାଇସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ରେ ନିରବ ପ୍ରାର୍ଥନା କରାଯାଇଥିଲା ।