Odiapua.com

ରେଳ ଦୁର୍ଘଟଣାରେ ଆହତଙ୍କୁ ଜୀବନ ବୀମା ନିଗମ ପକ୍ଷରୁ ଖାଦ୍ୟ ବଣ୍ଟନ

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାହାନଗା ଠାରେ ରେଳ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସା ପାଇଁ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ୪୦ରୁ ଉର୍ଦ୍ଧ୍ୱ ଆହତଙ୍କୁ ଭଦ୍ରକ ଜୀବନ ବୀମା ନିଗମ ଶାଖା ପକ୍ଷରୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଇଛି । ଭଦ୍ରକ ଶାଖାର ବରିଷ୍ଠ ପ୍ରବନ୍ଧକ (ପ୍ରଶାସନ) ଶ୍ରୀଧର ସେଠୀଙ୍କ ତତ୍ତ୍ୱାବଧାନରେ ପ୍ରଶାସନିକ ଅଧିକାରୀ ଅଜିତ କୁମାର ମିଶ୍ର, ଶ୍ରୀକାନ୍ତ ପଟ୍ଟନାୟକ, ଆଶିଷ କୁମାର ରାଉତ, ଆର୍ତ୍ତତ୍ରାଣ ପଣ୍ଡା, ବରିଷ୍ଠ କର୍ମଚାରୀ ପୀତବାସ ନାଥ, ଚନ୍ଦ୍ରମୋହନ ହେମ୍ବ୍ରମ, ଜଳଧର ଜେନା, ସିଏଲ୍‌ଆଇଏ ଗୋବର୍ଦ୍ଧନ ପଣ୍ଡା, ନରେଶ ବେହେରା ଓ ଡାକ୍ତର ଦେବରାଜ ପାଣିଗ୍ରାହୀ ସାମିଲ ହୋଇଥିଲେ । ଖାଦ୍ୟ ପୁଡ଼ିଆରେ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ଓ ଫଳ ପ୍ରଦାନ କରାଯାଇଛି ।