Odiapua.com

ରେଳ କର୍ମଚାରୀଙ୍କ ଉପରେ ଟ୍ରେନ ମାଡ଼ିଗଲା

ରାଉରକେଲା ୬ ଜୁନ୍ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ଜଣେ ରେଳକର୍ମଚାରୀ ଟ୍ରେନରେ କଟି ଶୋଚନୀୟ ମୃତ୍ୟୁବରଣ କରିଛନ୍ତି। ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଏହାର ତଦନ୍ତ ପୁଲିସ ଆରମ୍ଭ କରିଛି। ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳ ଫାଟକ ନିକଟରେ ଟ୍ରେନରେ କଟି ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗେଟ ମେନ୍ ଭାବେ କାର‌୍ୟ୍ୟରତ ଥିବା ଟି. ମନୋଜ ରାଓ। ବନ୍ଧମୁଣ୍ଡା ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମନୋଜଙ୍କ ମୃତଦେହ ଜବତ କରିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହା ଆତ୍ମହତ୍ୟା କିମ୍ବା ଆଉ କିଛି ପୁଲିସ ତାହାର ତଦନ୍ତ ଆରମ୍ଭ କରିଛି। ମନୋଜଙ୍କ ଘର ରାଉରକେଲାର ବନ୍ଧମୁଣ୍ଡା ଡି ସେକ୍ଟର ଅଞ୍ଚଳରେ ବୋଲି ଜଣାପଡ଼ିଛି।