ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଂସଦ ଭବନ କାର୍ଯ୍ୟାଳୟରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ମନ୍ତ୍ରୀଙ୍କୁ ରେଳ ଓ ଡାକବିଭାଗ ସଂପର୍କିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ପୁରୀ ଠାରୁ ଶିରିଡି ଧାମକୁ ସପ୍ତାହକୁ ତିନିଦିନ ରେଳ ଚଳାଚଳ, ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେସନ ୯୪ନଂ ଲେବୁଲ କ୍ରସିଂ ଠାରେ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ଅନୁଦାନରେ ଫ୍ଲାଏ ଓଭର ନିର୍ମାଣ, ରାଉରକେଲା-ବାଲେଶ୍ୱର ମଧ୍ୟରେ ଦୈନିକ ଇଣ୍ଟରସିଟି ରେଳ ଚଳାଚଳ, ସୋରୋ ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏବଂ ରାଣୀତାଲ-ମାର୍କୋଣା-ସବିରା ରେଳ ଷ୍ଟେସନ ଠାରେ ଫ୍ଲାଏ ଓଭର ନିର୍ମାଣ, ବାସୁଦେବପୁର-ତିହିଡି-ଧାମନଗର ଓ ଆଗରପଡା ଉପ ଡାକଘରକୁ ସ୍ଥାୟୀ ଗୃହର ଅର୍ଥ ମଂଜୁର ପାଇଁ ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଆସିକା ସାଂସଦ ପ୍ରମିଳା ବିଶୋୟୀ, ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉପସ୍ଥିତ ଥିଲେ ।