Odiapua.com

ରେଳବାଇ ଜମିରୁ ଜବରଦଖଲ ଉଛେଦ ନେଇ ଭୂମିହୀନଙ୍କ ଉପରେ ନୋଟିସ, ସୁଇପର କଲୋନୀ ବାସିନ୍ଦାଙ୍କ ତୀବ୍ର ପ୍ରତିକ୍ରିୟା

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଜମିରୁ ଜବର ଦଖଲ ଉଛେଦ ଆଳରେ ରାଜ୍ୟ ସରକାର ଏବେ ଭଦ୍ରକ ସହର ରେ ହଜାର ହଜାର ପରିବାର ଙ୍କୁ ଜୀବିକା ଚ୍ୟୁତ କରି ରାଜରାସ୍ତାରେ ଛିଡା କରିଦେଇଥିବା ବେଳେ କେନ୍ଦ୍ର ରେଳବାଇ ପକ୍ଷରୁ ମଧ୍ୟ ଏବେ ସମାନ ରାସ୍ତା ଗ୍ରହଣ କରିବାକୁ ଯାଉଛନ୍ତି । ଭଦ୍ରକ ମୁନିସିପାଲିଟି ୱାର୍ଡ ନମ୍ବର ୩ ଅନ୍ତର୍ଗତ ସୁଇପର କଲୋନୀ ରେ ଆସ୍ଥାୟୀ ଭାବେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଭୂମିହୀନ ଗରିବ ଦିନ ମଜୁରିଆ ପରିବାର ଙ୍କୁ ସେମାନେ ରହି ଆସୁଥିବା ଭଦ୍ରକ ରେଳବାଇ ଅଂଚଳରୁ ବାହାରି ଯିବାକୁ ଭଦ୍ରକ ରେଳବାଇ କର୍ତୃପକ୍ଷ ଚିଠି କରିଛନ୍ତି । ଯାହାକୁ ନେଇ ଏହି କଲୋନୀ ରେ ଛୋଟ ମୋଟ ଝୁମ୍ପୁଡ଼ି ଘର ତୋଳି ନିଜ ପରିବାର ଶହ ରହି ଆସୁଥିବା ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ମୁଣ୍ଡରେ ହାତଦେଇ ବସିଛନ୍ତି । କାରଣ ଏଠାରେ ବସ ବାସ କରୁଥିବା ପରିବାର ସମସ୍ତେ ଦିନ ମଜୁରିଆ ଭାବେ ପରିଚିତ ଅଟନ୍ତି । କାମ କଲେ ସେମାନଙ୍କ ଚୁଲି ଜଳେ । ସେମାନଙ୍କ ଘରେ କେବଳ ଅସୁସ୍ଥ ଏବଂ ବାର୍ଦ୍ଧକ୍ୟ ମଣିଷ ନୁହଁନ୍ତି ଛୋଟ ଛୋଟ ପିଲା ମଧ୍ୟ ରହିଛନ୍ତି । ସେମାନଙ୍କୁ ବିକଳ୍ପ ଥଇଥାନ ବ୍ୟବସ୍ତା ନକରି ବିତାଡିତ କରାଗଲେ ସେମାନେ କେବଳ ବାସ ହରା ହେବେ ତା ନୁହେଁ କାମ ଧନ୍ଦା କରିନପାରି ଭୋ ଉପାସରେ ଦିନ କାଟିବେ । ରେଳବାଇ କତୃପକ୍ଷ ଙ୍କ ଏହି ନିର୍ଦ୍ଧେଶନାମା ପାଇବା ପରେ ବାସିନ୍ଦା ଙ୍କ ନିଦ ହଜି ଯାଇଛି । ବିକଳ୍ପ ଥଇଥାନ ନକରି ଏଥିପାଇଁ ଯଥେଷ୍ଟ ସମୟ ନଦେଇ ହଠାତ ସେମାନଂକୁ ଜାଗା ଛାଡିବା ନୋଟିସ ସମ୍ପୂର୍ଣ ଭାବେ ଅଗଣତାନ୍ତ୍ରିକ ଏବଂ ଜନସ୍ୱାର୍ଥ ବିରୋଧୀ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେନ୍ଦ୍ର ରେଳବାଇ କତୃପକ୍ଷ ଙ୍କ ଏହି ନିର୍ଦେଶ ର ପୁନର୍ବିଚାର ପାଇଁ ସୁଇପର ପରିବାର ପକ୍ଷରୁ ପୂର୍ବତଟ ଖୋର୍ଦ୍ଧା ରେଳ ମଣ୍ଡଳ ଅଧିକାରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଭଦ୍ରକ ରେଳବାଇ ବିଭାଗିୟା ଯନ୍ତ୍ରୀ ଙ୍କ ଜରିଆରେ ଏହି ଦାବିପତ୍ର ଦେଇଛନ୍ତି । ବାସିନ୍ଦା ଙ୍କ ଏହି ଦାବିକୁ ସମର୍ଥନ କରି ସ୍ଥାନୀୟ ସାମାଜିକ କର୍ମୀ ଚନ୍ଦ୍ରଭାନୁ ନାୟକ, ପରେଶ ଚନ୍ଦ୍ର ନାୟକ ଙ୍କ ସମେତ ବହୁ ବୁଦ୍ଧି ଜୀବୀ ବିଭାଗିୟ ଯନ୍ତ୍ରୀଙ୍କୁ ଭେଟି ନିର୍ଦେଶର ପୁନର୍ବିଚାର କରିବାକୁ ଦାବୀ କରିଛନ୍ତି ।