Odiapua.com

ରେଳବାଇର ପାସେଞ୍ଜର ଆମେନିଟିଜ୍ କମିଟି, ଯାଞ୍ଚ କଲେ କଟକ ରେଳଷ୍ଟେସନ

କଟକ :୨୮/୦୯(ଓଡ଼ିଆ ପୁଅ /ଅଭୟ ଜେନା )ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜରସ ଆମେନିଟିଜ୍ କମିଟି କଟକ ରେଳଷ୍ଟେସନ ଆସି ଯାତ୍ରୀ ସୁବିଧା ସମ୍ପର୍କରେ ଯାଞ୍ଚ୍ କରିଥିଲା।

କମିଟିର କନଭେନର ଶ୍ରୀ ଦିଲୀପ ମଲ୍ଲିକ ଙ୍କ ସମେତ କମିଟିର ସଦସ୍ୟ ଅଜୟ ଜାଦବ୍, ଅଭିଜିତ ଦାସ, ରାମ କୁମାର ପାହାନ, ଅଭିଳାଷ ପାଣ୍ଡେ, ବିଚିତ୍ର ନାରାୟଣ କାଲିଟା ଓ ସୁନିଲ୍ ରାମ ପ୍ରମୁଖ ଯାଞ୍ଚ୍ କରିଥିଲେ। ଖୋର୍ଦ୍ଧା ଡିଭିଜନର ଏଡି ଆର ଏମ ଶ୍ରୀ କଲ୍ୟାଣ ପଟ୍ଟନାୟକ, ବରିଷ୍ଠ ଡିଭିଜନାଲ ବାଣିଜ୍ୟ ଅଧିକାରୀ ଅମିତେଶ୍ ଆନନ୍ଦ ଓ ସିନିୟର ଡିଇଏନ୍ ଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଷ୍ଟେସନର ସ୍ବଛତା, ଲିଫ୍ଟ, ବିଶ୍ରାମ ଗୃହ, ଯାତ୍ରୀ ଆତ ଯାତ, ବସିବା ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା, ଷ୍ଟଲ୍, ଫ୍ୟାନ୍, ଏସି, ଏସ୍କାଲେଟର, ଦିବ୍ୟାଙ୍ଗ ଓ ଅସୁସ୍ଥ ଯାତ୍ରୀଙ୍କ ନିମନ୍ତେ ହ୍ୱିଲ ଚେୟାର ପ୍ରଭୃତି ସୁବିଧା ସମ୍ପର୍କରେ ଟିକିନିଖି ଯାଞ୍ଚ୍ କରିଥିଲେ। ଏତଦ୍ ବ୍ୟତୀତ ଉପସ୍ଥିତ ଯାତ୍ରୀ, ସ୍ଥାନୀୟ ଜନସାଧାରଣ, ରେଳବାଇ ସମ୍ପର୍କିତ ବିଭିନ୍ନ ସ°ଗଠନର ସଦସ୍ୟ ଙ୍କ ସହ ଆଲୋଚନା କରିବା ସହ ଅଭିଯୋଗମାନ ଶୁଣିଥିଲେ।