Odiapua.com

ରେଳଧାରଣା କଡରେ ଶିଶୁକନ୍ୟାର ରକ୍ତାକ୍ତ ଶବ; ସ୍ଥାନୀୟ ଲୋକଙ୍କ ସନ୍ଦେହ

ଭଦ୍ରକ,୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ମଞ୍ଜୁରୀରୋଡ ରେଳଷ୍ଟେସନ ଅନ୍ତର୍ଗତ ବୈତରଣୀ ନଦୀବନ୍ଧ ନିକଟ ବିରିଡି ଛପୋଲିଆ ନିକଟରେ ଡାଉନଲାଇନ ପାଶ୍ୱର୍ ବୁଦାମୂଳେ ଏକ ଶିଶୁକନ୍ୟାର ମୃତଦେହ ଯତ୍ନ ସହକାରେ ପଡିଥିବା ଜଣାଯାଇଛି । ଶନିବାର ସକାଳେ ଶୌଚ ପାଇଁ ଯାଇଥିବା ଲୋକେ ଦେଖିଥିଲେ । ଶିଶୁକନ୍ୟା ଦୁଇମାସର ହେବ ବୋଲି ଅନୁମାନ କରାଯାଉଛି । ଉପଯୁକ୍ତ ଶଯ୍ୟାରେ ଶିଶୁକୁ ଶୁଆଇଦିଆଯାଇଛି ଓ ଶିଶୁର ମୁଖମଣ୍ଡଳ ରକ୍ତାକ୍ତ ହୋଇଛି । ଶିଶୁର ପିତାମାତା ଶବକୁ ଯଥାବିଧି ସତ୍କାର କରିବା ପରିବର୍ତ୍ତେ ବୁଦାମୂଳେ ଶୁଆଇ ଦେବା ଓ ମୁଖମଣ୍ଡଳ ରକ୍ତପୂର୍ଣ୍ଣ ହେବା ଘଟଣାକୁ ନେଇ ଶିଶୁର ମୃତ୍ୟୁକୁ ନେଇ ନାନା ଆଲୋଚନା ହେଉଛି । ତେବେ ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ମଞ୍ଜୁରୀରୋଡ ଫାଣ୍ଡି ପୁଲିସ କିମ୍ବା ଜିଆରପି ଶିଶୁର ଶବକୁ ଉଦ୍ଧାର କରିନଥିବା ଜଣାଯାଇଛି ।