Odiapua.com

ରେଲୱେ ଷ୍ଟେସନ ଠାରେ ଶିଶୁ ସୁରକ୍ଷା ସଚେତନତା ସଭା

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଷ୍ଠିତ ଶିଶୁ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଚରମ୍ପା (ଭଦ୍ରକ) ରେଳ ଷ୍ଟେସନ ଠାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ସଭାପତିତ୍ୱ କରିଥିବା ବେଳେ ଆସିୟାନାର ସଂଯୋଜକ ରିୟାଜ ଅହମ୍ମଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ରେଳ ସୁରକ୍ଷା ବଳ ଅଧିକାରୀ ବିକାଶ ରଂଜନ ସିଂହ ଯୋଗ ଦେଇଥିଲେ । ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ, ଲକ୍ଷ୍ୟ ଏବଂ ସଫଳତା ରୂପାୟନ ନିମନ୍ତେ ସରକାରୀ ସ୍ତରରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଗୁଡିକ ସମ୍ପର୍କରେ ଶିଶୁ ସୁରକ୍ଷା ବିଭାଗର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଆମ୍ଭ ସମସ୍ତଙ୍କର ଭୂମିକା କିଭଳି ହେବା ଉଚିତ ସେ ସମ୍ପର୍କରେ କହିଥିଲେ । ଚାଇଲ୍‌ଡ ଲାଇନର ସଂଯୋଜିକା ସରସ୍ୱତୀ ମହାରଣା ଶିଶୁ ମାନଙ୍କ ପାଇଁ ସେବା ପ୍ରଦାନ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ । ତତ୍ ସହିତ ମହିଳା ଶିଶୁ ଡେସ୍କ ଅଧିକାରିଣୀ ଇନ୍ଦୁମତୀ ଶୁକ୍ଳାଙ୍କ ସମେତ ପରାମର୍ଶଦାତ୍ରୀ ଭାଗ୍ୟଶ୍ରୀ ସୁଆର, ବିକାଶ ରାଉତ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ରଖିଥିଲେ ।