Odiapua.com

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଗିଂ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ

କଟକ,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ରାଗିଂ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ସ୍ବରୂପ  ୬ ଜଣ ଛାତ୍ରଙ୍କୁ ହଷ୍ଟେଲରୁ ବହିଷ୍କାର କରାଯାଇଛି। ଏହା ସହିତ ସେମାନେ ଗୋଟିଏ ସେମିଷ୍ଟର ପରୀକ୍ଷା ମଧ୍ୟ ଦେଇପାରିବେ ନାହିଁ ବୋଲି ସୂଚନା ମିଳିଛି। ଏଭଳି ନିଷ୍ପତ୍ତି ରେଭେନ୍ସାରେ ବସିଥିବା ଆଣ୍ଟି ରାଗିଂ କମିଟି ବୈଠକରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାକୁ ନେଇ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରମାନେ କଲେଜ ମୁଖ୍ୟ ଫାଟକ ଓ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଆଗରେ ଘେରାଉ କରିବା ସହ ନିଷ୍ପତ୍ତିର ପୁର୍ନବିଚାର କରିବାକୁ ଦାବି କରିଥିଲେ।