Odiapua.com

ରେଭେନ୍ସା କଲିଜିଏଟ ସ୍କୁଲର ନେତାଜୀ ବିଜ୍ଞାନ ପ୍ରୟୋଗଶାଳାର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

କଟକ,୦୭/୦୯,(ଓଡ଼ିଆ ପୁଅ ପି ନାଏକ): ରେଭେନ୍ସା କଲିଜିଏଟ ସ୍କୁଲ ଓଡିଆ ଲୋକଙ୍କ ପାଇଁ ତୀର୍ଥ ସ୍ଥାନ ଏବଂ ଓଡିଆଙ୍କ ଏକ ମୂଳ ପେଣ୍ଠସ୍ଥଳି ବୋଲି ଶୁକ୍ରବାର କଟକ ସ୍ଥିତ ରେଭେନ୍ସା କଲିଜିଏଟ ସ୍କୁଲର ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାରକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଏହି ନୂତନ ଲୋକାର୍ପିତ ଲାବ୍ରୋଟୋରୀ ଓ ଲାଇବ୍ରେରୀ ପାଇଁ ଆବଶ୍ୟକ ଉପକରଣ ଓ ପୁସ୍ତକ ପାଇଁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଏଠାରେ ଇଲାଇବ୍ରେରୀ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଲୋକାର୍ପିତ ହୋଇଥିବା କାମ ପାଇଁ ପୂର୍ବରୁ ଆଗ୍ରହ ପ୍ରକାଶ କରାଯାଇ ଦାୟିତ୍ୱ ନିଆଯାଇଥିଲା । ଭାରତ ସରକାରଙ୍କ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଏଚପିସିଏଲର କର୍ପୋରେଟ ଏଚପିସିଏଲ୍ ସହଯୋଗରେ ସିଏସଆର୍ ଫଣ୍ଡରୁ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାର ନିର୍ମାଣ ହୋଇଛି ବୋଲି ସେ କହିଛନ୍ତି ।