Odiapua.com

ରେବ ଓ କପାଳୀ ନଦୀ ବନ୍ତ ବ୍ଳକର ଅଧିବାସୀଙ୍କ ପାଇଁ ସାଜୁଛି ବାଧକ, ସଂସ୍କାର ସହ ଚାଷ ଓ ଚାଷୀର ଉନ୍ନତି ପାଇଁ ଚ୍ୟାକ ଡ଼୍ୟାମର ବ୍ୟବସ୍ଥା ପାଇଁ ଦାବି

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେଉଁ ଆବାହମାନ କାଳରୁ କେନ୍ଦୁଝର ଜିଲାରୁ ବଉଳାପାହାଡ଼ରୁ ବାହାରି ଭଦ୍ରକ ଦେଇ ପ୍ରବାହିତ ହୋଇଥିବା ରେବ ଓ କପଳୀ ନଦୀ ସରକାରୀ ସ୍ତରରେ ନଦୀର ମାନ୍ୟତା ପାଇନି । ଏହା ଅଷ୍ଟବାଙ୍କ ହୋଇ ପ୍ରବାହିତ ହେଉଥିବା ଦୁଇନଦୀର ସଂସ୍କାର ଅଭାବରୁ ଅଂଚଳବାସୀଙ୍କ ପାଇଁ ସମସ୍ୟା ରୁପେ ମୁଣ୍ଡ ଟେକୁଛି । ବର୍ଷା ଋତୁରେ ଏହି ଦୁଇ ନଦୀ କୂଳ ଲଂଘି ଉଗ୍ର ରୂପ ଧାରଣ କରୁଛି । ଫଳରେ ଏହାର ସଂସ୍କାର ପାଇଁ ଦୀର୍ଘଦିନହେବ ଦାବି ହେଉଥିଲେହେଁ ତାହା ଅଦ୍ୟାବଧି ନହୋଇ ପଡ଼ିରହିଛି । ରେବ ନଦୀ କେନ୍ଦୁଝର ଜିଲାର ଛେନାପଦୀ ର ବଉଳା ପାହାଡ଼ରୁ ବାହାରି ହାଟଡ଼ିହି ବ୍ଲକ ର ଓରାଳି,କଳିଗାଁ ପଂଚାୟତ ଦେଇ ବନ୍ତ ର ବିଭିନ୍ନ ପଂଚାୟତ ଯଥା ଗୋବିନ୍ଦପୁର ପଂଚାୟତର ପଙ୍ଗିରା,ମୁଗଗଢ଼ିଆ,ତରାଗୋ,ପ୍ରଧାନପଡ଼ା ପଂଚାୟତର ପଦାକଣା,ସେଣ୍ଢତିରା ପଂଚାୟତର ପରମାନଂଦପୁର,ନିଳୋକ ପଂଚାୟତର ତାଳବାଙ୍କ,ଓଳମ,ଗୋବିନ୍ଦପୁର ପଂଚାୟତର ତରାଗୋ,କେନ୍ଦୁଆପଦା ପଂଚାୟତର କେନ୍ଦୁଆପଦା,ଦଣ୍ଡୋ,ବରଡ଼େଶ୍ୱର,ତୋଡ଼ଙ୍ଗା ପଂଚାୟତର ତୋଡ଼ଙ୍ଗା , ବାରିକ ପୁର ଦେଇ ଧାମନଗର ବ୍ଲକର ଅସୁରାଳି ସ୍ଥିତ ଗେଙ୍ଗୁଟି ନଦୀରେ ମିଶ୍ରଣ ହୋଇଥିବାର ଜଣାଯାଇଛି । ସେହିପରି ଅନ୍ୟଏକ ନଦୀ କପାଳୀ । ଏହା ମଧ୍ୟ କେନ୍ଦୁଝର ଜିଲାର ବନ୍ତଳା ଠାରୁ ବାହାରି ବନ୍ତ ବ୍ଲକ୍ ଦେଇ ଭଦ୍ରକ ଜିଲାର ଧାମନଗର ଦେଇ ଏହା ପ୍ରବାହିତ ହୋଇଛି ।

ଏହାର ମୁହାଣ ଦିନକୁ ଦିନ କ୍ରମଶ ପୋତି ହେବାସହ ଏହା ମଧ୍ୟମ ସ୍ଥଳରେ ବିଲାତି କଳମ ବୁଦା ରେ ଭର୍ତ୍ତତିହୋଇଛି । ଫଳରେ ସାମାନ୍ୟ ବର୍ଷାରେ ନଦୀର ଜଳ ନିଷ୍କାସନରେ ବାଧକ ସାଜିବା ସହ କୃତ୍ରୀମ ବନ୍ୟାର ରୁପ ନେଉଛି । ଏହାର ପାଶ୍ୱର୍ରେ ଥିବା ବିଭିନ୍ନ ଗ୍ରାମ୍ୟର ରାସ୍ତା ଓ କୃଷି କ୍ଷେତ୍ର ଯଥା – ବସନ୍ତିଆ ପଂଚାୟତର,ସିଲନ୍ଦି, ମନୋହରପୁର, ରାମଚନ୍ଦ୍ରପୁର ପଂଚାୟତର କରାଣ୍ଡିଗଢିଆ, ଗୋବିନ୍ଦପୁର, ବରପଦୀ,ରାମଚନ୍ଦ୍ରପୁର, ପାନପଦୀ, ନିମପଡ଼ା, ବନ୍ତ ପଂଚାୟତର ନରସିଂହପୁର, ରଘୁନାଥପୁର, ଦୋଳପଦୀ, ବାଙ୍ଗୋରପଦୀ, ଜଗଦୀଶପୁର, ଗଭରପୁର, ଟିଲୋ ପଂଚାୟତର ଶାଳକଣିଆଁ , ସଖିପାଟଣା, ପୋଡାପାଟଣା, ଭୁବନେଶ୍ୱରପୁର ଶାସନ, କରଞ୍ଜପଡ଼ା,ତାଳପଦା, ତ୍ରିକୋଣା, ନିଳୋକ ପଂଚାୟତର ପଡ଼ିଆପଡ଼ା, ଦୋଳପଦୀ, ଗୋବିନ୍ଦପୁର ପଂଚାୟତର ଗୋବିନ୍ଦପୁର ,ଗଣିଜାଙ୍ଗ ପଞ୍ଚାୟତର କନ୍ତିଆ ,ନାରାୟଣପୁର ଏବଂ ରାମକୃଷ୍ଣପୁର ଓ ରାମପୁର ଆଦି ମୈାଜାର ନଦୀପାଶ୍ୱର୍ରେ ଥିବା ଚାଷ ଜମି ଓ ଜାତାୟତ ରାସ୍ତା ଉପରେ ଏହାର ପ୍ରଭାବ ପଡଛିି । ବନ୍ୟାର ପକୋପରେ ଏହା ର ମୁହାଣ ପୋତି ହୋଇ ଯିବା ସହ ନଦୀ ର ପାଶ୍ୱର୍ ଓ ମଧ୍ୟମସ୍ତଳ ରେ ବିଲାତି କଳମ ଓ ଗୁଳ୍ମ ଜାତୀୟ ବୁଦା ମାନ ସୃଷ୍ଟି ହୋଇ ତାହା ମଧ୍ୟ ଜଳନିଷ୍କାସନରେ ବାଧକ ସାଜିଛି । ଫଳରେ ଏହା ‘ଯଥାପୂର୍ବଂ ତଥା ପରଂ’ ପରି ପ୍ରତୀୟମାନ ହୋଇଛି । ଏହିଦୁଇ ନଦୀ ସରକାରୀ ସ୍ତରରେ ନଦୀର ମାନ୍ୟତା ପାଇନଥିଲେ ମଧ୍ୟ ବର୍ଷାଋୁତୁରେ ଏଥିରେ କୃତ୍ରୀମ ବନ୍ୟା ସୃଷ୍ଟି ହୋଇ ଧନ ଆଉ ଜୀବନ କ୍ଷତି ଘଟିଥିବାର ବହୁ ନଜିର ରହିଛି । ବର୍ଷାଋତୁରେ ସାମନ୍ୟ ବର୍ଷା ସଙ୍ଗକୁ କେନାଲରେ ଆସୁଥିବା ଜଳର ସମ୍ମିଶ୍ରଣ ଫଳରେ ବାରଂବାରଂ ଏହି ନଦୀରେ କୃତ୍ରୀମ ବନ୍ୟା ର ରୂପ ନେଇଛି ।ଏହି ଦୁଇ ନଦୀକୁ ସିଧା କରି ଏହାର ସଂସ୍କାର ସହ କେତେକ ସ୍ଥାନରେ ଚ୍ୟାକ ଡ଼୍ୟାମ ପ୍ରସୃତ କରାଗଲେ ଉକ୍ତ ନଦୀର ପାଶ୍ୱର୍ରେ ଅବସ୍ଥିତ ଥିବା ଶହଶହ ଏକର ଚାଷ ଜମିରେ ଜଳ ସୋଚନର ସୁବିଧା ସହ ଚାଷ ଓ ଚାଷୀ ଙ୍କର ଅଶେଷ ଉନ୍ନତି ସାଧିତ ହୋଇପାରନ୍ତା ବୋଲି ଅଂଚଳ ବାସୀଙ୍କ ତରଫରୁ ଦାବି ହେଉଛି ।