Odiapua.com

ରେପ୍ ଆଉ ଭାଗ୍ୟ ଏକାପରି; ଅଟକାଇ ନ’ପାରିଲେ ମଜା ନିଅ: ସାଂସଦଙ୍କ ପତ୍ନୀ

ନୂଆଦିଲ୍ଲୀ: ରେପ୍ (ଧର୍ଷଣ) ଏବଂ ଭାଗ୍ୟ ଏକାପରି।ଯଦି ଏହାକୁ ଅଟକାଇ ନ’ପାରୁଛ, ତେବେ ତାର ମଜା ନେବାକୁ ଚେଷ୍ଟା କର।ସୋସିଆଲ ମିଡିଆ ଫେସବୁକରେ ଏପରି ପୋଷ୍ଟ ଲେଖି ବିବାଦ ଘେରକୁ ଆସିଛନ୍ତି କଂଗ୍ରେସର ଜଣେ ସାଂସଦଙ୍କ ପତ୍ନୀ।କେରଳର କଂଗ୍ରେସ ସାଂସଦ ହିବୀ ଇଡନଙ୍କ ପତ୍ନୀ ଆନ୍ନା ଲିଣ୍ଡା ଇଡନ ତାଙ୍କ ଫେସବୁକ ଆକାଉଣ୍ଟରେ ଏପରି ପୋଷ୍ଟ କରିଥିଲେ।ତେବେ ବିବାଦ ବଢ଼ିବା ପରେ ସେ ପୋଷ୍ଟଟିକୁ ଡିଲିଟ୍ କରିବା ସହ କ୍ଷମା ମାଗିଛନ୍ତି।ଲିଣ୍ଡା ତାଙ୍କ ସ୍ୱାମୀ ହିବୀ ଇଡନଙ୍କ ଏକ ଭିଡିଓ ଏବଂ କେରଳ ବନ୍ୟା ସମୟର ଏକ ଫଟୋ ସହିତ ଏପରି କ୍ୟାପ୍ସନ୍ ଲେଖି ପୋଷ୍ଟ କରିଥିଲେ।କେରଳ ତଥା କୋଚିରେ ଏବେ ବନ୍ୟା ପରିସ୍ଥିତି ଲାଗି ରହିଥିବା ବେଳେ ଲିଣ୍ଡାଙ୍କ ଏପରି ପୋଷ୍ଟ କୋଚି ଲୋକଙ୍କ ଭାବନା ସହିତ ଖେଳ ବୋଲି ଲୋକ ଅଭିଯୋଗ କରୁଛନ୍ତି।//ଦେବଦତ୍ତ ରଥ