Odiapua.com

ରେଙ୍ଗାଲିରେ ଆଜି ଠାରୁ ଅନ ଲାଇନ ମଦ ବିକ୍ରି ଆରମ୍ଭ

ସମ୍ବଲପୁର, ୨୮-୫ (ଓଡ଼ିଆ ପୁଅ/ସରୋଜ ସାହୁ): କରୋନା ମହାମାରି ପାଇଁ ଆଜକୁ ପ୍ରାୟ ଦୁଇ ମାସ ହେବ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ଅଂଚଳରେ ସଂପୂର୍ଣ୍ଣ ବନ୍ଦ ଥିବା ବିଦେଶୀ ମଦ ଦୋକାନ ଗୁଡିକରେ ଆଜି ଠାରୁ ଅନଲାଇନରେ ମଦ ବିକ୍ରି ଆରମ୍ଭ ହୋଇଛି। ଦୋକାନ ସାମ୍ନା ରେ ଗ୍ରlହକଙ୍କ ଭିଡକୁ କମ କରିବା ସହ ସାମାଜିକ ଦୂରତ୍ବକୁ ରକ୍ଷା କରିବା ପାଇଁ ରେଙ୍ଗାଲି ଅବକାରୀ ବିଭାଗର ସବ ଇନ୍ସପେକ୍ଟର ମାନସି ନାଏକ ଓ ସହ କର୍ମୀ ମାନେ ରେଙ୍ଗାଲି ତହସିଲ ଛକ ପାଖରେ ଥିବା ମଦ ଦୋକାନ ସହ ଠେଲକୋଲେଇ ଏବଂ ଲଇଡା ବିଦେଶୀ ମଦ ଦୋକାନ ଉପରେ ସତର୍କ ଦୃଷ୍ଟି ରଖିଥିବା ଦେବାକୁ ମିଲିଛି। ସରକାରୀ ନିୟମ ଅନୁସାରେ ଆଗରୁ ଅନ ଲାଇନରେ ବୁକ କରିଥିବା ଗ୍ରାହକ ମାନଙ୍କୁ ମଦ ଦୋକାନୀ ମଦ ପହଞ୍ଚାଇ ଦେଉଥିବା ଜଣାପଡିଛି। ପ୍ରତ୍ୟେକ ଦିନ ସଂଧ୍ୟା ୭ଟାରୁ ମଦ ପାଇଁ ଅନ ଲାଇନରେ ବୁକିଙ୍ଗ ଗ୍ରହଣ କରାଯାଇ ପରବର୍ତ୍ତୀ ଦିନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଡେଲିଭେରି ଦିଆଯାଉଛି।