Odiapua.com

ରୀତା ସାହୁଙ୍କୁ ପ୍ରାର୍ଥୀ କଲା ବିଜେଡି

ଭୁବନେଶ୍ଵର, ୨୮/୦୯, (ଓଡ଼ିଆ ପୁଅ ପି ନାଏକ): ବିଜେପୁର ଉପନିର୍ବାଚନ ପାଇଁ ରୀତା ସହୁଙ୍କୁ ପ୍ରାର୍ଥୀ କଲା ବିଜେଡି। ବିଜେପୁର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ଦଳ। ଏନେଇ ଆଜି ବିଦ୍ଧିବଦ୍ଧ ଭାବେ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। ତେବେ ବିଜେପୁର ଉପନିର୍ବାଚନ ପାଇଁ ତିନୋଟି ଯାକ ଦଳ ବିଜେଡି ବିଜେପି କଂଗ୍ରେସ ଫୁଲ୍‌ ଦମ୍‌ରେ ଲାଗିଥିବା ବେଳେ ପ୍ରଥମେ କଂଗ୍ରେସ ଓ ପରେ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡିର ଆଶାୟୀ ପ୍ରାର୍ଥୀ ତାଲିକାରେ ଅନେକଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲେ ମଧ୍ୟ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ପ୍ରାର୍ଥୀ ଭାବେ ମୋହର ମାରିଛନ୍ତି।

ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍‌ ବିଜେପୁର ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ପରେ ନିଜର ପାରମ୍ପରିକ ଆସନ ହିଞ୍ଜିଳିକୁ ରଖି ସେ ବିଜେପୁରରୁ ଇସ୍ତଫା ଦେଇଥିଲେ। ତେବେ ପୁଣି ଥରେ ନବୀନ ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଆସନ୍ତା ୩୦ରେ ରୀତା ସହୁ ପ୍ରାର୍ଥିପତ୍ର ଦାଖଲ କରିବେ।