Odiapua.com

ରିଲସ କରୁଥିବାବେଳେ ଅଘଟଣ,ନଦୀରେ ବୁଡି ଜଣେ ମୃତ, ଜଣେ ଉଦ୍ଧାର

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ତ ସନ୍ଥିଆ ବ୍ରିଜ ଉପରୁ ପାଣି ରେ ଡେଇଁ ରିଲସ କରୁଥିବା ସମୟରେ ଘଟିଛି ଅଘଟଣ। ଜଣେ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକକୁ ଅଗ୍ନିଶମ ବିଭାଗ ଖୋଜି ଉଦ୍ଧାର କରିଛି। ଏଭଳି ଘଟଣା ଘଟିଛି ପୁରୁଣା ବଜ଼ାର ଥାନା ନିକଟ ସନ୍ଥିଆ ବ୍ରିଜ ଉପରେ। ଯୁବକ ଙ୍କ ଘର କେନ୍ଦୁଝର ଜିଲ୍ଲା ତୁରୁଙ୍ଗା ଥାନା ଅଧିନସ୍ତ ବୁଲୁଦା ଗ୍ରାମରେ। ଗତ କିଛି ଦିନ ହେବ ସେମାନେ ଭଦ୍ରକ ରେ ରହି କାମ କରି ପେଟ ପୋଷୁଥିଲେ। ତେବେ ଆଜି ତିନି ଜଣ ସାଙ୍ଗ ଏକ ହୋଇ ସାଳନ୍ଦୀ ନଦୀର ସନ୍ଥିଆ ବ୍ରିଜ ଉପରକୁ ଯାଇ ରିଲିସ କରୁଥିଲେ। ପଂଚୁ ନାୟକ ଭିଡିଓ କରୁଥିଲା ବେଳେ ମିଥୁନ ନାୟକ ଏବଂ ହିମାଂଶୁ ନାୟକ ପୋଲ ଉପରୁ ନଦୀକୁ ଡେଇଁ ଥିଲେ। ଫଳରେ ମିଥୁନ ନାୟକର ମୃତ୍ୟୁ ଘଟିଥିବାବେଳେ ହିମାଂଶୁ ନାୟକକୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛି। ଏହି ଘଟଣାରେ ପୁରୁଣାବଜାର ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଛି। ଏବଂ ମୋବାଇଲ୍‌ରେ ରିଲସ୍ କରୁଥିବା ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି।