ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ବଂଟନ ବ୍ୟବସ୍ଥାରେ ସ୍ୱଛତା ଆଣିବା ପାଇଁ ସରକାର ଚଳିତ ବର୍ଷ ଅଗଷ୍ଟ ୨୩ ଠାରୁ ରାଜ୍ୟରେ ଇ-କେୱାଇସି ବ୍ୟବସ୍ତା ଲାଗୁକରିଛନ୍ତି। ରିଟେଲର ମାନେ ମଧ୍ୟ ପ୍ରତି ଖାଉଟି କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କ ଇ- କେୱାଇସି ଦିନରାତି ଏକ କରି କାର୍ଯ୍ୟ କଲେ। ବିନା ପାରିଶ୍ରମିକରେ ରିଟେଲର ମାନେ ଏହି କାର୍ଯ୍ୟ ସୁଚାରୁ ରୁପେ ତୁଲାଉଛନ୍ତି। କାର୍ଡରୁ ନାମ କଟିଯିବା ଭୟରେ ପ୍ରବାସୀ ମାନେ ଗାଁ କୁ ଆସି ନିଜ ନିଜର ରିଟେଲରଙ୍କ ପାଖରୁ ଇ-କେୱାଇସି କରାଇଲେ। ଅବଧି ସରିଆସୁଥିବା ନେଇ ସରକାର ଗଣମାଧ୍ୟମ ଜରିଆରେ ସଚେତନ କରାଉଛନ୍ତି। ଯୋଗାଣ ବିଭାଗ ମଧ୍ୟ୍ୟ ଏଥି ନେଇ ବେଶ ତତ୍ପର ଅଛି। ଅନୁରୂପ ଭାବେ ତିହିଡି ବ୍ଲକର ରିଟେଲର ମାନେ ମଧ୍ୟ୍ୟ ଅଦ୍ୟାବଧି ଏହି କାର୍ଯ୍ୟ ଚାଲୁ ରଖିଛନ୍ତି। ହେଲେ ଜଣେ ଖାଉଟିଙ୍କର ବାରମ୍ବାର ଇ-କେୱାଇସି କରି ନାକେଦମ ରିଟେଲରମାନେ ହେଲେଣି। ପ୍ରଥମ ପର୍ଯ୍ୟାୟରେ ରିଟେଲର ମାନେ କରିଥିବା ଇ- କେୱାଇସି ମଧ୍ୟ୍ୟରୁ କିଛି ହିତାଧିକାରୀଙ୍କ ନାମ ପୁର୍ନବାର ଇ- କେୱାଇସି କରିବା ନେଇ ବିଭାଗ ପକ୍ଷରୁ ସମସ୍ତ ରିଟେଲଙ୍କୁ ଏକ ତାଲିକା ପ୍ରଦାନ କରାଯାଇଛି। ଯେଉଁ ତାଲିକାରେ ଇ – କେୱାଇସି ଆଦୌ କରିନଥିବା ବ୍ୟକ୍ତି ମୃତ ବ୍ୟକ୍ତି ଏବଂ ଇ -କେୱାଇସି ପିଓସ ମେସିନରେ ସଫଳ ହୋଇଛି ବୋଲି ଦେଖାଇଥିବା ହିତାଧିକାରୀଙ୍କ ନାମ ଉଲ୍ଲେଖ ରହିଛି। ତେଣୁ ଇ-କେୱାଇସି କରିଥିବା ହିତାଧିକାରୀ ମାନଙ୍କୁ ପୁନର୍ବାର ରିଟେଲରମାନେ ଡକାଇ କେୱାଇସି କରାଇଲେ। ହେଲେ ଚିନ୍ତାର ବିଷୟ ଦୁଇ ଥର ଇ-କେୱାଇସି କରିଥିବା ହିତାଧିକାରୀଙ୍କ ନାମ ପୁନର୍ବାର ୨ ଦିନତଳେ ବିଭାଗ ପକ୍ଷରୁ ମିଳିଥିବା ତାଲିକାରେ ସେମାନଙ୍କ ନାମ ମଧ୍ୟ ଅଛି। କେୱାଇସି ସାରି କିଏ ରାଜ୍ୟ ବାହାରେତ କିଏ ଜିଲ୍ଲା ବାହାରେ କର୍ମ ସଂସ୍ଥାନକୁ ଚାଲିଗଲେଣି ତାଲିକା ଦେଖି ରିଟେଲର ମାନେ ସେମାନଙ୍କୁ ସୂଚନା ଦେବାରୁ ସେମାନେ ଆମେ କେତେ ଥର ଇ-କେୱାଇସି କରିବୁ ବୋଲି କହିବା ସହ ଯଦି ଆମ୍ଭ ନାମ କାର୍ଡରୁ କଟେ ସେଥିପାଇଁ ରିଟେଲର ମାନେ ଦାୟୀ ରହିବ ବୋଲି ଚରମ ବାଣୀ ଶୁଣାଛନ୍ତି। ଏସବୁ ପ୍ରମୁଖ ସମସ୍ୟା ନେଇ ତିହିଡି ବ୍ଲକ ରିଟେଲର ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଓ ସାଙ୍ଗଠନିକ ବୈଠକ ସଭାପତି ରବିନ୍ଦ୍ର ମହାକୁଳଙ୍କ ସଭାପତିତ୍ୱ ଓ ସମ୍ପାଦକ କୈଳାସ ବେହେରାଙ୍କ ସଂଚାଳନ ରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ପଂଚାୟତ ରୁ ଯୋଗଦେଇ ଥିବା ରିଟେଲର ମାନେ ସରକାର ଓ ଯୋଗାଣ ବିଭାଗ ତୁରନ୍ତ ଏସବୁ ସମସ୍ୟାର ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରିବା ସହ ଇ-କେୱାଇସି ପାଇଁ ରିଟେଲରମାନଙ୍କୁ ପାରିଶ୍ରମିକ ଦିଅନ୍ତୁ ବୋଲି ଦାବି କରିଛନ୍ତି। ଜଣେ ଖାଉଟିର ତିନି ଥର କେୱାଇସି ପରେ ବି ତାହା ସଫଳ ହେଉନି। ଏହା ବୈଷୟିକ ତ୍ରୁଟି ପାଇଁ ହେଉଛି ବୋଲି କୁହାଯାଉଛି। ବୈଷୟିକ ତ୍ରୁଟିକୁ ସୁଧରାଯାଇ ବିଫଳ ହୋଇଥିବା ହିତାଧିକାରୀଙ୍କ କେୱାଇସି ସଫଳ କରିବାକୁ ସଂଘ ପକ୍ଷରୁ ଦାବୀ କରାଯାଇଛି। ନେହେଲେ ଖାଉଟି ଓ ରିଟେଲରଙ୍କ ମଧ୍ୟ୍ୟରେ ତିକ୍ତତା ସୃଷ୍ଟି ହେବ ବୋଲି ରିଟେଲର ମାନେ ମତ ପ୍ରକାଶ କରିଛନ୍ତି। ସଂଘ ପକ୍ଷରୁ ରିଟେଲର ସହ-ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଓଝା, ଉପସଭାପତି ଲକ୍ଷ୍ମୀକାନ୍ତ ନାୟକ ଚକ୍ରଧର ଲେଙ୍କା, ଶରତ ଚନ୍ଦ୍ର କବି, ଜିତେନ୍ଦ୍ର ବେହେରା, ସୁଦାମ ଦାସ, ବ୍ରହ୍ମାନନ୍ଦ ମହାପାତ୍ର,ଗୟାଧର ବାରିକ , ସୁବାସ ଦାସ, ନକୂଳ ରାଉତ, ବାବୁଲି ଭଞ୍ଜ,ସୁବ୍ରତ ନାୟକ, ଶଶିକାନ୍ତ ରାଉତ,ସଞ୍ଜୟ ମଲ୍ଲିକ, ବାଇଧର ପରିଡା, ଅଜୟ କୁମାର ବ୍ରହ୍ମ, ବାପୁଜୀ ରାଉତ, ବିଦ୍ୟାଧର ପଣ୍ଡା, ସୀତାକାନ୍ତ ନାୟକ, ପଂଚାନନ ମିଶ୍ର, କୈଳାସ ଯେନା, ଭାଗିରଥି ବେହେରା, ମାର୍କଣ୍ଡ ମଲ୍ଲିକ, ବିଶ୍ୱନାଥ ପୃଷ୍ଟି, ସତ୍ୟାନନ୍ଦ ଧଳ ,ନାରାୟଣ ନାୟକ,ମନୋରଞ୍ଜନ ବେହେରା, ଭାସ୍କର ପରିଡା, ପ୍ରମୁଖ ଉପସ୍ଥିତ ଥିଲେ ବାସ୍ତବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।