Odiapua.com

ରାୟଗଡାରେ ମାଓପୋଷ୍ଟର

ରାୟଗଡ଼ା,୧୬/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡା ରେ ମାଓପୋଷ୍ଟର ଦେଖିବାକୁ ମିଳିଛି ।ମାଓପୋଷ୍ଟର ସମେତ ୨ଟି ବ୍ୟାନର ବି ଦେଖିବାକୁ ମିଳିଛି । ଏହା ମାଧ୍ୟମରେ ଆସନ୍ତା ଅକ୍ଟୋବର ୨୫ ତାରିଖରେ ଓଡିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ଡାକରା  ମାଓବାଦୀ ଦେଇଛନ୍ତି । ଏହା ସହ ଆଦିବାସୀ ଯୁବକ ଯୁବତୀଙ୍କୁ ପୋଲିସ ଇନଫର୍ମର ବନାଇବା ବନ୍ଦ କରାଯାଉ, ମିଥ୍ୟା ମାଓବାଦୀ କେଶରେ ଗିରଫଦାରୀ ବନ୍ଦ କରାଇବା ନେଇ ବ୍ୟାନରରେ ଉଲ୍ଲେଖ ରହିଛି ।