Odiapua.com

ରାହୁଲ ଗାନ୍ଧୀଜୀ ଏବଂ ଅନ୍ୟ ସାଂସଦ ମାନଙ୍କୁ ଅଟକ ପ୍ରତିବାଦରେ ଛାତ୍ର କଂଗ୍ରେସ ବିକ୍ଷୋଭ

ଭୁବନେଶ୍ୱର ୨୬.୭ (ଓଡ଼ିଆ ପୁଅ) – ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦଙ୍କ ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ କରିବା ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଅଭିଯୋଗ କରିଛନ୍ତି। ଦେଶର ଉତ୍କଟ ଦାରିଦ୍ର‌୍ୟ, ବେକାରୀ, ଦରଦାମ ବୃଦ୍ଧି, ମାନବା ଅଧିକାର କ୍ଷୂର୍ଣ୍ଣ, ନାରୀ ନିର୍ଯ୍ୟାତନା, ଦେଶର ସଂପତି ବିକ୍ରି, ମୁଦ୍ରାସ୍ପିତି ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ନରେନ୍ଦ୍ର ମୋଦି ସୁଯୋଗ ଦେଉନାହାନ୍ତି। ଯେଉଁ ସାଂସଦମାନେ ସଂସଦରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସଂସଦର ନିଲମ୍ବନ କରାଯାଉଛି। ଅର୍ଥାତ ବିରୋଧୀମାନେ ସଂସଦରେ ମୁହଁ ଖୋଲିପାରିବେ ନାହିଁ। ଏହାର ପ୍ରତିବାଦରେ ମାନ୍ୟବର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ୫୬ଜଣ ସାଂସଦ ରାଷ୍ଟ୍ରପତି ଭବନ ଉଦ୍ଦେଶ୍ୟରେ ଯିବାବେଳେ ସେମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରରୋଚନାରେ ଅଟକ ରଖାଯାଇଛି। ଏ ଦେଶର ଗଣତନ୍ତ୍ର ନାହିଁ। ନିର୍ବାଚିତ ଜନପ୍ରତିନିଧିଙ୍କ ବାକ୍ ସ୍ୱାଧୀନତା ଛଡ଼େଇ ନିଆଯାଇଛି। ଏହାର ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଉତ୍କଳ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତଳିକା ଦାହ କରାଯାଇଥିଲା। ପୋଲିସ ଛାତ୍ରକଂଗ୍ରେସର ସଭାପତି ଶ୍ରୀ ୟାସିର ନୱାଜଙ୍କ ସହ ଶତାଧିକ ଛାତ୍ରକଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା। ଏହି କାର୍ଯ୍ୟକ୍ରମରେ ରଣଜିତ ପାତ୍ର, ସ୍ୱାଗତ କର, ନଳିନୀକାନ୍ତ ନାୟକ, ନିହାର ରଞ୍ଜନ ବେହେରା, ମନୋଜ ବିଶ୍ୱାଳ, ଅମରେଶ ପରିଡ଼ା, ଉଦିତ ପ୍ରଧାନ, ସାଗର ପଟ୍ଟନାୟକ, ସାହାରୁଖ ଖାନ, ବିଶ୍ୱଭୂଷଣ ମହାପାତ୍ର, ବିଭୂତିଭୂଷଣ ମହାପାତ୍ର, ସମିଉଲ ହକ, ମହମ୍ମଦ ଗୁଲଫାମ, ପ୍ରତ୍ୟୁଷ ପ୍ରଧାନ, ସେକ୍ ସାଜୁ, ନିତେଶ ବେହେରା, ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ।